ଜଲିକଟ୍ଟୁ ସୃଷ୍ଟି କଲା ବିଶ୍ୱ ରେକର୍ଡ : ମଇଦାନକୁ ଓହ୍ଲାଇଲା ସର୍ବାଧିକ ଷଣ୍ଢ, ୨ ମୃତ

143

ପୁଡୁକୋଟ୍ଟଇରେ ଆୟୋଜିତ ହୋଇଥିବା ଜଲିକଟ୍ଟୁରେ ସବୁଠାରୁ ଅଧିକ ସଂଖ୍ୟକ ଷଣ୍ଢଙ୍କୁ ମଇଦାନକୁ ଛଡାଯିବା ଦ୍ୱାରା ଏହାର ନାଁ ବିଶ୍ୱ ରେକର୍ଡରେ ସାମିଲ ହୋଇଛି । ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟଭାସ୍କରଙ୍କ ସମନ୍ୱୟରେ ଭିରାଲିମଲାଇରେ ଷଣ୍ଢଙ୍କୁ ଆୟତ୍ତ କରିବା ଖେଳରେ ୧,୩୫୪ ଷଣ୍ଢଙ୍କୁ ସାମିଲ କରାଯାଇଥିଲା । ୪୨୪ ଲୋକ ଏହି ଷଣ୍ଢଙ୍କ ଉପରେ କାବୁ ପାଇବାକୁ ଚେଷ୍ଟା କରିଥିଲେ ।

ଜିଲ୍ଲା ପୁଲିସ ଅନୁସାରେ. ଏହି ଆୟୋଜନରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି, ଯେବେକି ୩୧ ଜଣ ଆହତ ହୋଇଛନ୍ତି । ୱାଲର୍ଡକିଙ୍ଗସ୍ ରେକର୍ଡ ୟୁନିୟନର ପ୍ରତିନିଧି କହିଛନ୍ତି କି, ଭାଗ ନେଇଥିବା ଷଣ୍ଢଙ୍କ ସଂଖ୍ୟା ୧,୩୫୪ ଥିଲା ଯାହା ପୂର୍ବର ରେକର୍ଡ ଦୁଇ ବର୍ଷ ପୂର୍ବେ ହୋଇଥିବା ଖେଳରେ ୬୪୭ ଷଣ୍ଢଙ୍କ ମୁକାବିଲାରେ ଦୁଇ ଗୁଣା ଅଧିକ ହୋଇଛି ।

ଜଲିକଟ୍ଟୁ ଇରୁଥାଝୁବୁଥଲ ନାମରେ ବି ଜଣାଯାଏ । ଏହା ତାମିଲନାଡୁରେ ମଟ୍ଟୁ ପୋଙ୍ଗଲ ଦିନ ଖେଳାଯାଉଥିବା ଏକ ଖେଳ । ଯେଉଁଥିରେ ଷଣ୍ଢଙ୍କୁ ଆୟତ୍ତ କରାଯାଏ । ଏହା ପୋଙ୍ଗଲ ସମାରୋହର ଏକ ଅଂଶ । ଏହି ଖେଳ ପାଖାପାଖି ୨୦୦୦ରୁ ଅଧିକ ବର୍ଷ ଧରି ଖେଳାଯାଉଛି । ପ୍ରାରମ୍ଭରେ ଏହି ସମାରୋହ ବର ଚୟନ କରିବା ପାଇଁ କରାଯାଉଥିଲା । ଏହି ଖେଳ ସଫଳତାପୂର୍ବକ ଜିତୁଥିବା ବ୍ୟକ୍ତିଙ୍କୁ ଯୁବତୀ ବାହା ହେଉଥିଲେ । ଏହା ସ୍ପେନର ବୁଲ ଫାଇଟ୍ ଭଳି ।