ତିଆରି ହେଲା ସ୍ମାର୍ଟବସ୍ ! ନା ହେବ ପ୍ରଦୂଷଣ, ନା ଦୁର୍ଘଟଣା ଡର

265

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଜଳନ୍ଧରରେ ୬୦ ତମ ଭାରତୀୟ ସାଇନ୍ସ କଂଗ୍ରେସର ଶୁଭାରମ୍ଭ କରିଛନ୍ତି । ଆଉ ଏଠାରେ ମୁଖ୍ୟ ଆକର୍ଷଣ ଥିଲା ସୌରଶକ୍ତିରେ ଚାଲିତ ଚାଳକବିହୀନ ସ୍ମାର୍ଟ ବସ୍ । ମାତ୍ର ୧ ବର୍ଷରେ ତିଆରି ହୋଇଛି ଏହି ସ୍ମାର୍ଟ ବସ୍ । ଲଭଲି ପ୍ରଫେସନାଲ ୟୁନିଭର୍ସିଟି (ଏଲପିୟୁ)ର ଶିକ୍ଷକଙ୍କ ସମେତ ୩୦୦ ଛାତ୍ର କାମ କଠିନ ପରିଶ୍ରମ କରି ଏହି ବସକୁ ତିଆରି କରିଛନ୍ତି ।

ଲଭଲି ପ୍ରଫେସନାଲ ୟୁନିଭର୍ସିଟି ନିର୍ମିତ ଚାଳକ ବିହୀନ ବସ୍,୩୦ କିମି ପ୍ରତି ଘଂଟା ବେଗରେ ଚାଲିବ । ଥରେ ଚାର୍ଜ କଲେ ୭୦ କିମି ଗଡ଼ିବ ବସ୍ । ତେବେ ଏଥିପାଇଁ ଜିପିଏସ୍ ଓ ବ୍ଲୁଟୁଥ ଉପକରଣ ଦରକାର । ଆଉ ୧୦ ମିଟର ଭିତରେ ହିଁ ଏହି ଉପକରଣ ଦ୍ୱାରା ବସକୁ ନିୟନ୍ତ୍ରଣ କରିହେବ । ସର୍ବାଧିକ ୧୦ ଜଣ ସ୍ୱାଟବସରେ ସବାର ହୋଇପାରିବେ ।

ଏହି ସ୍ମାର୍ଟବସର ବିଶେଷତା ହେଲା, ଏଥିିରେ ଦୁର୍ଘଟଣା ଘଟିବାର ଭୟ ନାହିଁ କି ପ୍ରଦୂଷଣ ହେବାର ମଧ୍ୟ ଭୟ ନାହିଁ । ବସରେ ଲାଗିଛି ଉଚ୍ଚ କ୍ଷମତାସମ୍ପନ୍ନ ସେନସର । ଯାହା ବସକୁ ସାମ୍ନାକୁ ହଠାନ୍ କିଛି ଚାଲଇ ଆସିଲେ ବବସ୍କୁ ତୁରନ୍ତ ରୋକିବ । ବସର ଟେକନିକ ୱାରଲେସ୍ ସିଗନାଲ ଉପରେ ଆଓରିକ । ଏହି ବସ୍ ତିଆରି ପାଇଁ ପାଖାପାଖି ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏୟାରପୋର୍ଟ ପରିସ୍ତାନରେ ଏହ ବସର ବ୍ୟବହାର କରାଯାଇ ପାରିବ ।