କୁହୁଡ଼ି ହେଲା କାଳ ! ଯାଜପୁରରେ ଟ୍ରକକୁ ପିଟିଲା ପର୍ଯ୍ୟଟକ ବସ, ଜଣେ ମୃତ ଓ ୧୫ ଆହତ

238

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ବାହ୍ମଣୀ ନଦୀ ପୋଲ ଉପରେ ଏକ ପୁରୀ ଅଭିମୁଖେ ଯାଉଥିବା  ପର୍ଯ୍ୟଟକ ବସ କୁହୁଡ଼ି ଯୋଗୁଁ ଜାଣି ନ ପାରି ଏକ ଟ୍ରକ୍‌ ପଛରେ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବରପାଇ ପୁଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଦମ୍‌ଦମ୍‌ ଜିଲ୍ଲାରୁ ୫୦ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ ଟୁରିଷ୍ଟ ବସ୍‌ ପୁରୀ ଅଭିମୁଖେ ଆସୁଥିଲା । ଆଜି ଭୋର ପ୍ରାୟ ୫ଟା ବେଳେ କୁହୁଡି ଯୋଗୁଁ ବସ୍‌ ଡ୍ରାଇଭର ଭଲଭାବେ ରାସ୍ତାକୁ ଦେଖିି ପାରି ନ ଥିଲେ । ଫଳରେ ବ୍ରାହ୍ମଣୀ ନଦୀ ପୋଲ ଉପରେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍‌କୁ ଦୃତଗତିରେ ଯାଇ ବସଟି ପଛରୁ ଧକ୍କାଦେଇଥିଲା । ଫଳରେ ବସ୍‌ର ହେଲ୍ପର ଆଗକୁ ଛିଟିକି ପଡ଼ିବା ସହିତ ଘଟଣାସ୍ଥଳରେ ହିଁ ମତ୍ୟୁ ବରଣ କରିଥିଲେ । ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଉଭୟ ବସ ଓ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।