ଯାଜପୁରରେ ମହିଳା ଶିଳ୍ପପତିଙ୍କୁ ତାଲା : ଦଶମାସର ଦରମା ଓ ୨ ବର୍ଷର ବୋନସ ଦାବିରେ କାରଖାନା ମାଲିକାଣୀଙ୍କୁ ୨ଦିନ ହେଲା ଗେଷ୍ଟହାଉସରେ ବନ୍ଦ ରଖିଛନ୍ତି କର୍ମଚାରୀ

541

କନକ ବ୍ୟୁରୋ : ମହିଳା ଶିଳ୍ପପତିଙ୍କୁ ତାଲା ପକାଇଲେ କର୍ମଚାରୀ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁରରେ । ଦଶମାସର ଦରମା ଓ ୨ ବର୍ଷର ବୋନସ ଦାବିରେ କାରଖାନାର ମାଲିକାଣୀଙ୍କୁ ଘେରାଉ କରିଛନ୍ତି କର୍ମଚାରୀ । ଯାଜପୁର ମଇଥାନ ଇସ୍ପାତ କାରଖାନାର କର୍ମଚାରୀ ମାନେ ଦୀର୍ଘଦିନ ହେବ ଦରମା ନମିଳିବାରୁ ମାଲିକାଣୀଙ୍କ ଗେଷ୍ଟହାଉସ ସମ୍ମୁଖରେ ଥିବା ଗେଟ ଆଗରେ ଧାରଣା ଦେଇଛନ୍ତି ।

ଫଳରେ ଗେଷ୍ଟ ହାଉସ ଭିତରେ ମାଲିକାଣୀ ଗତକାଲି ଠାରୁ ବାହାରକୁ ବାହରିପାରିନଥିଲେ । ଏବେ ସୁୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇଙ୍କ ସହିତ କିଛି ପ୍ରତିନିଧି ଗେଷ୍ଟହାଉସ ମଧ୍ୟକୁ ଆଲୋଚନା ପାଇଁ ଯାଇଛନ୍ତି । ଆଜି ଆନ୍ଦୋଳନସ୍ଥଳରେ  ଜଣେ ଯୁବକ କିରୋସିନ ଢାଳି  ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ ହେପାଜତକୁ ନେଇଛି । କଳିଙ୍ଗନଗର ଆଡିସନାଲ  ଏସପି ଉପସ୍ଥିତ ରହି ଘଟଣାକୁ ନିୟନ୍ତ୍ରଣ କରୁଛନ୍ତି । ତେବେ ଏନେଇ ପ୍ଲାଂଟ କତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।