ଯାଜପୁର : ୨ ଜଣ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଦୋକାନୀ ଥାନାରେ ଅଟକ

45

କନକ ବ୍ୟୁରୋ : ୨ ଜଣ ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ଏକ ପାନ ଦୋକାନୀ ୨ ଜଣ ନାବାଳିକା ଝିଅଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଥାନାରେ ଅଟକ ଅଛନ୍ତି । ସୂଚନା ଅନୁସାରେ ନୂଆବୀର ଗ୍ରାମର ୨ ନାବାଳିକା ଆଧାର କାର୍ଡ ଜେରକ୍ସ ପାଇଁ ଦୋକାନକୁ ଆସିଥିଲେ । ଆଉ ଜେରକ୍ସ କରି ଫେରୁଥିବା ସମୟରେ ବିତନା ଗ୍ରାମର କେଶବ ମଲ୍ଲିକଙ୍କ ପାନ ଦୋକାନକୁ ଚକେଲଟ ଆଣିବାକୁ ଯାଇଥିଲେ ଦୁଇ ନାବାଳିକା । ଚକୋଲେଟ ଆଣିବା ସମୟରେ ଦୋକାନ ଭିତରେ ଚକୋଲେଟ ଅଛି ବୋଲି କହି ଘର ଭିତରୁ ଡାକି ନେଇଥିଲେ ଅଭିଯୁକ୍ତ ।

ଆଉ ଅଭିଯୁକ୍ତ ସେଠାରେ ଦୁଇ ନାବାଳିକାଙ୍କୁ ଅସଦାଚରଣ କରିଥିବା ଫାଣ୍ଡିର ଅଭିଯୋଗ ହୋଇଛି । କେଶବ ମଲ୍ଲିକ ନାମକ ପାନ ଦୋକାନୀକୁ ପୋଲିସ ଧରି ଆଣି ଥାନାରେ ଅଟକ ରଖିବା ସହିତ ଏ ସମ୍ପର୍କରେ ପଚରା ଉଚରା କରୁଛି । ତେବେ ଅସଦାଚରଣ ଘଟଣା ପ୍ରଘଟ ହେବା ପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା । ପରେ କେଶବର ପାନ ଦୋକାନକୁ ଭାଙ୍ଗି ରୁଜି ପକାଇବା ସହ ମାଡ ମାରିଥିଲେ । ତାହା ପରେ ଅଭିଯୁକ୍ତକୁ ପୋଲିସରେ ଜିମା ଦିଆଯାଇଥିଲା । ପୋଲିସ ଏ ସମ୍ପର୍କରେ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ।