ନବମ ଦିନରେ ପହଞ୍ଚିଲା ଯାଜପୁର ରୋଡ଼ କୋର୍ଟର ଓକିଲଙ୍କ ଆନ୍ଦୋଳନ !

17

କନକ ବ୍ୟୁରୋ : ଯାଜପୁର ରୋଡ଼ କୋର୍ଟର ଓକିଲଙ୍କ ଆନ୍ଦୋଳନ ନବମ ଦିନରେ ପହଂଚିଛି । ଏଡ଼ିଜେ କୋର୍ଟ ପ୍ରତିଷ୍ଠା ଓ ଅତିରିକ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଖୋଲିିବା ଦାବିରେ ଗତ ୩ତାରିଖରୁ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି । ଏହାର ପ୍ରଭାବରେ ଆଇନ ସେବା ବାଧାପ୍ରାପ୍ତ ହେବା ସହ କୋର୍ଟରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ନେତା ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସମର୍ଥନ ମିଳୁଥିବା ଦେଖାଦେଇଛି । କଂଗ୍ରେସ ନେତା ଶରତ ରାଉତ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ କହିଛନ୍ତି ଏହା କେବଳ ଓକିଲଙ୍କର ଦାବି  ନୁହେଁ  ଏଡ଼ିଜେ କୋର୍ଟ ପ୍ରତିଷ୍ଠା ହେଲେ ଜନସାଧାରଣ ଉପକୃତ ହେବେ । ସେପଟେ ଦାବି ପୂରଣ ନହେଲେ ଆନ୍ଦୋଳନ ଆଗକୁ ତିବ୍ରତର ହେବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି କପକ୍ଷରୁ ଚେତାବନୀ ଦିଆଯାଇଛି ।