ଯାଜପୁର : ପାଣି କୋଇଲି ଥାନା ଅନ୍ତର୍ଗତ ଜହ୍ନା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ମହିଳା ସମେତ ତିନି ଆହତ

55

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ପାଣି କୋଇଲି ଥାନା ଅନ୍ତର୍ଗତ ଜହ୍ନା ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଜଣେ ମହିଳା ସମେତ ତିନି ଆହତ ହୋଇଛନ୍ତି । ଆହତମାନଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଲିଖିତ ଅଭିଯୋଗ ପାଇ ପାଣିକୋଇଲି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଦୁଇ ପରିବାର ମଧ୍ୟରେ ରାସ୍ତାକୁ ନେଇ ବିବାଦ ରହିଥିଲା । ଗତକାଲି ଏହାକୁ ନେଇ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ତେବେ ଏନେଇ ପୂର୍ବରୁ ପୋଲିସକୁ ଜଣାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ ହୋଇଛି ।