ଯବାନ ପିନ୍ଧିବେ ଯାଜପୁର ରାକ୍ଷୀ: ସୀମାରେ ସୁରକ୍ଷା ଯୋଗାଉଥିବା ଯବାନଙ୍କ ପାଇଁ ସେନା ଅଫିସକୁ ରାକ୍ଷୀ ପଠାଇଲେ କଲେଜ ଛାତ୍ରୀ

76

କନକ ବ୍ୟୁରୋ: ଆଉ ଦିନକ ପରେ ସ୍ନେହ ଓ ବନ୍ଧନର ପର୍ବ ରକ୍ଷା ବନ୍ଧନ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନେ୍ଧ । କିନ୍ତୁ ଯେଉଁମାନେ ଦେଶ ମାତୃକାର ସୁରକ୍ଷା ପାଇଁ ଦିନରାତି ସୀମାରେ ଶତ୍ରୁପକ୍ଷ ସହ ଲଢେଇ କରୁଛନ୍ତି ସେମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଆଗେଇ ଆସିଛନ୍ତି ଯାଜପୁର ଏନସି କଲେଜ ଛାତ୍ରୀ । ସୀମାରେ ରହୁଥିବା ବୀର ଯବାନଙ୍କୁ ବଡ ଭାଇର ସମ୍ମାନ ରାକ୍ଷୀ ପଠାଇଛନ୍ତି ଛାତ୍ରୀ ।

ରକ୍ଷା ବନ୍ଧନ । ଭାଇ-ଭଉଣୀଙ୍କ ମଧ୍ୟରେ ଏକ ପବିତ୍ର ସଂପର୍କର ବନ୍ଧନ । ନିଜର ସୁରକ୍ଷା ପାଇଁ ଭାଈ ହାତରେ ରାକ୍ଷୀ ବାନେ୍ଧ ଉଭଣୀ । ହେଲେ ଯେଉଁମାନେ ଘର, ପରିବାର ଛାଡି ଦେଶ ସୁରକ୍ଷା ପାଇଁ ସୀମାରେ ପହରା ଦେଉଛନ୍ତି, ସେମାନେ ଏହି ସୁଯୋଗରୁ ବଂଚିତ ହୋଇଥାନ୍ତି । ସୀମାରେ ସୁରକ୍ଷା ଯୋଗାଉଥିବା ଯବାନଙ୍କୁ ବଡ ଭାଇର ସମ୍ମାନ ଜଣାଇ ସେମାନଙ୍କ ପାଖକୁ ରାକ୍ଷୀ ପଠାଇଛନ୍ତି ଯାଜପୁର ଏନସି କଲେଜ ଛାତ୍ରୀ ।

ଭାରତ ମାତାର ସୁରକ୍ଷା ଓ ଅଖଣ୍ଡତା ପାଇଁ ପ୍ରତିକୂଳ ପରିସ୍ଥିତିରେ ଶତ୍ରୁପକ୍ଷକୁ ସାମ୍ନା କରୁଥିବା ବୀର ଜବାନଙ୍କ ପ୍ରତି ସମ୍ମାନ ଓ ଭଲ ପାଇବାର ନିଦର୍ଶନ ଦେଖାଇଛନ୍ତି ଏହି ଛାତ୍ରୀ ମାନେ । ନିଜ ନିଜ ପସନ୍ଦର ରାକ୍ଷୀ କିଣି ଡାକ ଯୋଗେ ଭାରତୀୟ ସେନା ମୁଖ୍ୟ କାର୍ଯ୍ୟାଳୟକୁ ପଠାଇଛନ୍ତି । ଭାରତୀୟ ଜବାନଙ୍କ ସାହସ, ସେବାକୁ ସମ୍ମାନ ଜଣାଇ ଛାତ୍ରୀମାନଙ୍କ ପକ୍ଷରୁ ହୋଇଥିବା ଏଭଳି ଏକ ନିଆରା ଉଦ୍ୟମକୁ ସାଧାରଣରେ ପ୍ରଂଶସା କରାଯାଇଛି ।