ଯାଜପୁର : ୨ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ବୃଦ୍ଧ ଗିରଫ

37

କନକ ବ୍ୟୁରୋ : ଯାଜପୁର ଜିଲ୍ଲାରେ ଅଭାବନୀୟ ଘଟଣା । ପାଣିକୋଇଲି ଅଂଚଳରେ ୨ଜଣ ନାବାଳିକାଙ୍କୁ  ଅସଦାଚରଣ ଅଭିଯୋଗରେ ଜଣେ ବୃଦ୍ଧ ଗିରଫ ହୋଇଛନ୍ତି । ଅଭିଯୁକ୍ତ ମିନା ପଣ୍ଡାକୁ ପାଣିକୋଇଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ପୀଡିତା ୨ ନାବାଳିକାକୁ ଡାକ୍ତରୀ ମାଇନା କରାଯାଇଛି । ସୂଚନା ଅନୁସାରେ, ଗାଁ ପାଖରେ ରହୁଥିବା ପୀଡିତ ଆଦିବାସୀ ପରିବାରରେ କେହି ନଥିବା ବେଳେ ଅଭିଯୁକ୍ତ ମିନାପଣ୍ଡା ୨ ନାବାଳିକା ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।