ଯାଜପୁର ମୁଖ୍ୟ ଚିକତ୍ସାଳୟରେ ଡାକ୍ତରଙ୍କୁ ମାଡ ଘଟଣା : କଳାବ୍ୟାଜ ପିନ୍ଧି ଓମସାର ପ୍ରତିବାଦ

30

ଯାଜପୁର : ପ୍ରସୂତିର ମୃତ୍ୟୁକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କୁ ମାଡ ମାରିବା ଘଟଣାକୁ ଓମସା ତୀବ୍ର ନିନ୍ଦା କରିଛି । ପୁଲିସ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆଜି ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି । ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ରାଜ୍ୟସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ରୋଗୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲାରେ କେବଳ ସ୍ପେଶାଲିଷ୍ଟ ଆଉଟଡୋର ଆସନ୍ତା ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ଓ ଜେନେରାଲ ଆଉଟଡୋରରେ ପୂର୍ବପରି ରୋଗୀ ସେବା ଚାଲିବ । ଏହି ସମୟ ମଧ୍ୟରେ ଜରୁରୀକାଳୀନ ସେବା ଛଡା ସାଧାରଣ ଆଡମିସନ ରହିବ ବୋଲି ନିଷ୍ପତି ନିଆଯାଇଛି । ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ୨୭ରୁ ଜିଲ୍ଲାର ସମସ୍ତ ଡାକ୍ତର ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି । ଏହା ସହ ଦାବି ପୂରଣ ନହେଲେ ଆସନ୍ତା୨୯ରୁ ରାଜ୍ୟର ସମସ୍ତ ଡାକ୍ତର ନିଜ ନିଜ ଜିଲ୍ଳାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବେ ବୋଲି ନିଷ୍ପତି ନିଆଯାଇଛି ।