ଡାକ୍ତରଖାନା ପରିସରରେ ବିବାହ କଲେ ଯୁବକ ଓ ଯୁବତୀ : ସାକ୍ଷୀ ରହିଲେ ଡାକ୍ତର ଓ ମେଡ଼ିକାଲ କର୍ମଚାରୀ

46

କନକ ବ୍ୟୁରୋ : କଥାରେ ଅଛି ବିବାହ ସ୍ୱର୍ଗରେ ଠିକହୁଏ । କେତେବେଳେ କେଉଁଠି ବିବାହ ହେବ ତା’ର କିଛି ଠିକ ଠିକଣା ନଥାଏ । ଅଚାନକ ମଧ୍ୟ ବିବାହ ହୋଇଯାଏ । ଏପରି କିଛଇ ଗତକାଲି ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହା ଦେଖିବାକୁ ମିଳିଛି । ତାହା ପୁଣି ଦିନରେ ନୁହେଁ ବରଂ ରାତି ଅଧରେ ହୋଇଛି । ଏକଥା ଶୁଣିଲାପରେ ସମସ୍ତଙ୍କୁ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଏହା ନିରାଟ ସତ ଘଟଣା । ଯାଜପୁର ଜିଲ୍ଲା ସଦର ଥାନା କବିରପୁର ଅନ୍ତର୍ଗତ କବିରପୁର ଗ୍ରାମର ଜୈନିକ ଯୁବକ ସରୋଜ ଜେନାଙ୍କ ସହ କେନ୍ଦ୍ରାପଡା ପାଟକୁରା ଅଞ୍ଚଳର ଯୁବତୀଙ୍କୁ ପ୍ରେମ କରୁଥିଲେ ।

jajpurଏହି ପ୍ରେମ ସମ୍ପର୍କ ବିଷୟରେ କୌଣସି ମତେ ଝିଅ ଘର ଲୋକ ଜାଣିପାରିଥିଲେ । ପରେ ଝିଅକୁ ସରୋଜଙ୍କ ସହ ମିଳାମିଶା କରିବାକୁ ବାରଣ ମଧ୍ୟ କରିଯାଇଥିଲା । କିନ୍ତୁ ଦୀର୍ଘ ଦିନର ସମ୍ପର୍କକୁ ଭୁଲି ପାରିନଥିଲେ ଯୁବତୀ । ବାରମ୍ବାର ସରୋଜଙ୍କ ସହ ଯୋଗାଯୋଗ କରୁଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ପରେ କୌଣସି ମତେ ଶୁକ୍ରବାର ବିଳମ୍ବିତ ରାତିରେ ଘରୁ ବାହାରି ଆସି ସରୋଜ କାମ କରୁଥିବା ଏକ ମେଡିସିନ ଦୋକାନ ପାଖରେ ପହଞ୍ଚି ସାଙ୍ଗେ ସାଙ୍ଗେ ବିବାହ କରିବାକୁ ଜିଦ୍ ଧରିଥିଲେ । ତେଣୁ ହଠାତ୍ ସରୋଜ ବିବାହ କରିବାକୁ ରାଜି ହୋଇନଥିଲେ । ତେଣୁ ଉଭୟଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଥିଲା । ପରେ ଏକ ମେଡିସିନ ଦୋକାନରୁ ନିଦ ବଟିକା ଆଣି ଯୁବତୀ ଜଣକ ଖାଇଦେଇଥିଲେ । ଏହା ସ୍ଥାନୀୟ ଲୋକ ଜାଣିବା ପରେ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ।

 

ତେବେ ଖବର ପାଇବାପରେ ଯାଜପୁର ରୋଡ ପୋଲିସ ମେଡିକାଲରେ ପହଞ୍ଚି ଘଟଣା ସମ୍ପର୍କରେ ସରୋଜଙ୍କ ସହ କଥାବାର୍ତ୍ତ କରିଥିଲା । ପରେ ଡାକ୍ତରଙ୍କ ସହ ଯୁବତୀ ଜଣଙ୍କର ସ୍ୱାସ୍ଥ୍ୟ ବିଷୟରେ ପୋଲିସ ପଚାରି ବୁଝିଥିଲେ । କିନ୍ତୁ ଯୁବତୀ ଜଣଙ୍କ ସେହି ମେଡିିକାଲରେ ସରୋଜଙ୍କୁ ବିବାହ କରିବେ ବୋଲି ଜିଦି ଧରିଥିଲେ । ତେଣୁ ପୋଲିସ, ଡାକ୍ତର ଓ ସେଠାରେ ଥିବା ଅନ୍ୟ ଜନସାଧାରଣଙ୍କ ପରାମର୍ଶରେ ସରୋଜ ରାତି ଅଧରେ ଯୁବତୀଙ୍କୁ ବିବାହ କରିଥିବା ଜଣାପଡିଛି । ଏହି ଘଟଣା ଜଣାପଡିବା ପରେ ସକାଳୁ ଅନେକ ଲୋକ ମେଡିକାଲରେ ପହଞ୍ଚିଥିବା ଜଣାପଡିଛି । ବର୍ତ୍ତମାନ ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ତେଣୁ ମେଡିକାଲରେ ସେହି ଅଞ୍ଚଳରେ ପ୍ରଥମ ବାହାଘର ବୋଲି ଲୋକମାନେ କହିଛନ୍ତି ।