ଯାଜପୁରରେ ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ ! ପ୍ରେମିକାର ତଂଟି ଚିପି ହତ୍ୟା ଉଦ୍ୟମ କରିବା ସହ କାଟିଦେଲା ଜିଭ

34

କନକ ବ୍ୟୁରୋ : ଯାଜପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏକତରଫା ପ୍ରେମ କରୁଥିବା ପ୍ରେମିକର ଉନ୍ମତକାଣ୍ଡ । ପ୍ରେମ ନିବେଦନ କରି ବିଫଳ ହେବା ପରେ ମୁଣ୍ଡରେ ଚଢି ଯାଇଛି ପଶୁ ବୁଦ୍ଧି । ପ୍ରେମିକାର ତଂଟି ଚିପି ହତ୍ୟା ଉଦ୍ୟମ କରିବା ସହ ଅଭିଯୁକ୍ତ ପ୍ରେମିକ ଜିଭ କାଟିଦେଇଛି ।

ଏନେଇ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୀଡିତାଙ୍କ ସଂପର୍କୀୟ । ଅଭିଯୁକ୍ତ ପ୍ରେମିକ ହେଉଛି, କୁଆଖିଆ ଥାନା ଅଂଚଳର କୁଜିବର ଗାଁ ନବଘନ ନାୟକଙ୍କ ପୁଅ ସ୍ୱାଗତ କୁମାର ନାୟକ । ଆଜି ସକାଳେ ସ୍ୱାଗତ ପ୍ରେମକରୁଥିବା ଯୁବତୀ ତଥା ଜୈନେକ ସରକାରୀ ଚାକିରୀ କରୁଥିବା ଯୁବତୀଙ୍କ ଭଡା ଘରେ ପଶି ଏହି କାଣ୍ଡ ଭିଆଇଥିଲେ ।

ପୋଲିସ ଏନେଇ ଖବର ପାଇବା ପରେ ଅଭିଯୁକ୍ତ ପ୍ରେମିକକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ଅନ୍ୟପଟେ ଯୁବତୀ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।