ଯାଜପୁରରେ କାଳବୈଶାଖୀ ବର୍ଷା ! ଅଧଘଣ୍ଟାଏ କାଚିଲା, ପ୍ରବଳ ବେଗରେ ପବନ ବି ବୋହିଲା

ବାତ୍ୟା ଫୋନି ପରେ ଯାଜପୁରରେ ପୁଣି ଆଜି ବୈଶାଖୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି

309

କନକ ବ୍ୟୁରୋ : ବାତ୍ୟା ଫୋନି ପରେ ଯାଜପୁରରେ ପୁଣି ଆଜି ବୈଶାଖୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ପ୍ରବଳ ପବନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ସନ୍ଧ୍ୟାବେଳେ ହଠାତ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହୋଇଥିଲା । ପବନର ମାତ୍ରା ଏତେ ମାତ୍ରାରେ ଥିଲା ଯେ, ସହରରେ କିଛି ସମୟ ପାଇଁ ଜନଜୀବନ ଠପ ହୋଇଯାଇଥିଲା । ସହର ମଧ୍ୟରେ ଧୂଳିଝଡ ହେବାରୁ ବିଦ୍ୟୁତ ମଧ୍ୟ ବନ୍ଦ ରହିଥିଲା ।

କେବଳ ପବନ ନୁହେଁ ବରଂ ବର୍ଷା ସାଙ୍ଗରେ ଘଡଘଡି ଓ ବିଜୁଳି ହୋଇଥିବା ନେଇ ସୂଚନା ମିଳିଛି । ତେବେ ପାଖାପାଖି ଅଧଘଣ୍ଟାଏ ଏହିପରି ଭାବରେ ସହର ମଧ୍ୟରେ କାଳବୈଶାଖୀ ତାଣ୍ଡବ ରଚିଥିଲା । ଅନେକ ସ୍ଥାନରେ ଗଛଭାଙ୍ଗିଥିବା ନେଇ ମଧ୍ୟ ସୂଚନା ମିଳିଛି । ତେବେ ବାତ୍ୟା ଫୋନିପରେ ଆଜି ପ୍ରବଳ ମାତ୍ରାରେ ପବନ ହୋଇଥିବା ସହରବାସୀ କହିଛନ୍ତି । ହେଲେ କାଳବୈଶାଖୀ ପ୍ରଭାବରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।