ଯାଜପୁର : କଳିଙ୍ଗନଗର ଶିଳ୍ପାଂଚଳ ହେବ ଇଣ୍ଡଷ୍ଟ୍ରିଆଲ ହବ୍  

25

କନକ ବ୍ୟୁରୋ : ଯାଜପୁର କଳିଙ୍ଗନଗର ଶିଳ୍ପାଂଚଳ ହେବ ଇଣ୍ଡଷ୍ଟ୍ରିଆଲ ହବ୍ । ଆଉ ଏଥିପାଇଁ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ନିବେଶକାରୀଙ୍କୁ ଆହ୍ୱାନ କରିଛି ରାଜ୍ୟ ଶିଳ୍ପ ବିଭାଗ । ରାଜ୍ୟ ସରକାର ଯୋଗାଇ ଦେବେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ଓ ଭିତ୍ତିଭୂମୀ । ଆବଶ୍ୟକ କଂଚାମାଲ ଠାରୁ ମାର୍କେଟିଙ୍ଗ କ୍ଷେତ୍ରରେ ମଧ୍ୟ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଟାଟା ଓ ଜିନ୍ଦଲ ଷ୍ଟେନଲେସ କାରଖାନା ପରିସରରେ ଆୟୋଜିତ କର୍ମଶାଳାରେ ଏହି ଘୋଷାଣା କରାଯାଇଛି । ଏହାଛଡା ଟାଟା ଓ ଜିନ୍ଦଲ ଷ୍ଟେନଲେସ ପକ୍ଷରୁ ମଧ୍ୟ ନିବେଶକାରୀଙ୍କୁ ସହଯୋଗ ମିଳିବ ବୋଲି କୁହାଯାଇଛି । ଅଧିକରୁ ଅଧିକ ଉଦ୍ୟୋଗ ପ୍ରତିଷ୍ଠା ହେଲେ ନିଯୁକ୍ତି ବଢିବା ସହ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ଅନ୍ୟପଟେ ରାଜ୍ୟ ସରକାର ସୁବିଧା ଦେଲେ ପୁଞ୍ଜି ନିବେଶ କରିବାରେ ଅସୁବିଧା ନାହିଁ ବୋଲି ବିନେଶକମାନେ ମତ ଦେଇଛନ୍ତି । କିଛି ଦିନ ତଳେ କେନ୍ଦ୍ର ସରକାର କଳିଙ୍ଗ ନଗର ଶିଳ୍ପାଚଂଳକୁ ମାନୁଫ୍ୟାକ୍ଚରିଂ ଜୋନ ଭାବେ ଘୋଷଣା କରିବା ପରେ ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର ।