୧୨ ଘଂଟା ପରେ ବି ନିଖୋଜ ଜିଏମଙ୍କ ମିଳୁନି ପତା : ରାସ୍ତା ସିଲ କରି ପୁଲିସର ଛାନଭିନ

25

ଯାଜପୁର : ୧୨ ଘଂଟା ବିତିଗଲାଣି ହେଲେ ପିଆରଏସ କନଷ୍ଟ୍ରକସନ୍ ଜିଏମ ମୂର୍ତି ଶ୍ରୀନିବାସଙ୍କ ପତା ମିଳୁନି । ଗତକାଲି ସଂଧ୍ୟା ବେଳେ ଯାଜପୁର ଜିନ୍ଦଲ କାରଖାନାରୁ କାରରେ ଫେରୁଥିବା ବେଳେ ତାଙ୍କୁ ମାନପୁର ଗେଟ ନିକଟରୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଥିଲା । କଳିଙ୍ଗନଗର ଥାନାରେ ଏ ନେଇ ଏତଲା ଦେଇଥିଲେ ଅପହୃତ ଶ୍ରୀନିବାସଙ୍କ ଡ୍ରାଇଭର । ଡ୍ରାଇଭରର କହିବା ଅନୁସାରେ ଏକ ପଲସର ବାଇକରେ ତିନି ଜଣ ଯୁବକ ଆସି ଶ୍ରୀନିବାସଙ୍କୁ ଉଠାଇ ନେଇ ଡୁବୁରି ଆଡକୁ ଚାଲି ଯାଇଥିଲେ । ଡୁବୁରି-ଟମକା, ଡୁବୁରି-ସୁକିନ୍ଦା, ଡୁବୁରି-ଚଣ୍ଡିଖୋଲ ରାସ୍ତାକୁ ସିଲ୍ କରି ପୁଲିସ ତଦନ୍ତ ଚଳାଇଛି ।