ରାଜ୍ୟକୁ ଗର୍ବିତ କଲେ ସୋନାଲିକା ! ନିଟ୍ ପରୀକ୍ଷାରେ ଓଡ଼ିଶାରେ ପାଇଲେ ୩ୟ ସ୍ଥାନ

30

କନକ ବ୍ୟୁରୋ : କୁହାଯାଏ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି । ଆଉ ସବୁ ପ୍ରତିକୂଳ ପରିସ୍ଥିତିରେ ଏହାକୁ କରି ଦେଖାଇଛନ୍ତି ଯାଜପୁର ଜିଲା ସୁକିନ୍ଦାର ସୋନାଲିକା ଦାଶ । ସର୍ବଭାରତୀୟ ସ୍ତରରେ ହୋଇଥିବା ନିଟ୍ ପରୀକ୍ଷାରେ ସୋନାଲିକା ୧୫୭ରାଙ୍କ୍ ପାଇଥିବାବେଳେ ଓଡିଶାରେ ୩ୟ ସ୍ଥାନ ପାଇଛନ୍ତି । ଆଉ ଏବେ ସୋନାଲୀକାଙ୍କ ପାଇଁ ସମଗ୍ର ରାଜ୍ୟ ଗର୍ବିତ ।

ପାଠ ପଢି ଦିନେ ଡାକ୍ତର ହେବେ । ଆଉ ସ୍ଥାନୀୟ ଅଂଚଳରେ ଗରିବଙ୍କୁ ନିଃଶୁଳ୍କ ଚିକିତ୍ସା ସୁବିଧା ଯୋଗାଇଦେବେ । ଏହି ଲକ୍ଷ୍ୟ ନେଇ ପିଲାବେଳୁ କଠିନ ପରିଶ୍ରମ କରିଥିଲେ ସୁକିନ୍ଦାର ସୋନାଲିକା । ପାଖାପାଖି ୧୧ ଲକ୍ଷ ପିଲା ନିଟ୍ ପରୀକ୍ଷା ଦେଇଥିବାବେଳେ ସୋନାଲିକା ୧୫୭ ତମ ରାଙ୍କ୍ ପାଇଛନ୍ତି । ବିଶେଷ କରି ମିରାକେଲ ବା ଆଶ୍ଚର୍ଯ୍ୟର ଅନ୍ୟନାମ ପରିଶ୍ରମ ବୋଲି ସୋନାଲିକା କୁହନ୍ତି ।

ନ୍ୟୁରୋସର୍ଜରୀରେ ନିଜ କ୍ୟାରିୟର କରି ଅପହଂଚ ଇଲାକାରେ ରୋଗୀଙ୍କ ସେବା କରିବାକୁ ସୋନାଲିକାଙ୍କ ଇଛା । ଆଉ ଶେଷ ପର୍ଯ୍ୟନ୍ତ ନିଷ୍ଠା ଲାଗିରହିଲେ ସଫଳତା ସମ୍ଭବ ବୋଲି ସୋନାଲିକା କୁହନ୍ତି । ସେହିପରି ଦିନକୁ ୮ରୁ ୯ ଘଂଟା ପରିଶ୍ରମ କରୁଥିବାବେଳେ ଛୋଟ ବେଳୁ ନିଜ ବାପାଙ୍କୁ ହରାଇଥିଲେ ସୋନାଲିକା । ତଥାପି ନିଜ ଅଧ୍ୟବସାୟ ତଥା ପରିବାରର ପ୍ରେରଣା ଯୋଗୁଁ ସୋନାଲିକା ଏହି ସଫଳତା ପାଇଛନ୍ତି । ସୋନାଲିକା ଡାକ୍ତରଟିଏ ହୋଇ ଗରିବଙ୍କ ସେବାରେ ନିଜକୁ ସମର୍ପିତ କରନ୍ତୁ ଏହା ହିଁ କାମନା ।