ବିଦ୍ୟୁତ୍ ତାର ନେଲା ଦୁଇ କଅଁଳ ଜୀବନ ! ଛିଣ୍ଡି ପଡିଥିବା ଇଲେଭେନ୍ କେ.ଭି. ତାର ଲାଗି ପ୍ରାଣ ହରାଇଲେ ଦୁଇ ଭାଇ

14

କନକ ବ୍ୟୁରୋ : ଛିଣ୍ଡି ପଡିଥିବା ବିଜୁଳି ତାର ନେଲା ଦୁଇ କଅଁଳ ଜୀବନ । ୧୧ କେଭି ବିଦ୍ୟୁତ୍ ତାର ଲାଗି ପ୍ରାଣ ହରାଇଛନ୍ତି ଦୁଇ ଭାଇ । ଯାଜପୁର ବିଂଝାରପୁର ଥାନା ନରହରିପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଦୁଇ ଭାଇ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା କେମ୍ପାସାହିର ରାଜେଶ ପାଢ଼ି ଓ ସାଗର ପାଢ଼ି ।

ରଜ ପାଇଁ ଦୁଇ ଭାଇ ମାମୁଁ ଘରକୁ ବୁଲି ଆସିଥିଲେ । ଗତକାଲି ଅପରାହ୍ନରେ ଦୁଇ ଭାଇ ନରହରିପରୁ ସ୍କୁଲ ପାଖରେ ଖେଳୁଥିଲେ । ତେବେ ପୂର୍ବରୁ ସେଠାରେ ଛିଣ୍ଡି ପଡିଥିବା ଇଲେଭେନ୍ କେଭି ବିଜୁଳି ତାର ସଂସ୍ପର୍ଶରେ ଆସିଯାଇଥିଲେ । ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରି ବିଂଝାରପୁର ମେଡିକାଲକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।