ଯାଜପୁରର ଧୋବାପୋଇଲି ଗାଁରେ ଅଭାବନୀୟ ଘଟଣା : ୧୧କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଯୁବକଙ୍କ ମୃତ୍ୟୁ

31

ଯାଜପୁର : ଯାଜପୁରର ଦଶରଥପୁର ବ୍ଲକର ଧୋବାପୋଇଲି ଗାଁରେ ଘଟିଛି ଅଭାବନୀୟ ଘଟଣା । ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଆଜି ସକାଳ ୧୦ଟାରେ ଏହି ଗାଁର ବିଜୟ କର ଓ ତାଙ୍କ ସାଂଗ ଧାନ କାଟିବାକୁ ଆସିଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ।

ଘଟଣାସ୍ଥଳରେ କେହି ପ୍ରଶାସନିକ ଅଧିକାରୀ ପହଂଚି ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି ।