୧୦ ଟଙ୍କାରେ ପାଣି ଗରାଏ

70

ଯାଜପୁର : ପାଣି ଗରାକୁ ୧୦ ଟଂକା । ସେଥିପାଇଁ ପୁଣି ଲମ୍ବା ଲାଇନ୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛିି ଯାଜପୁର ସୁକିନ୍ଦା ଖଣି ଉପକଣ୍ଠରେ ଥିବା ଦାମୋଦରପୁର ଗାଁର । ଯେଉଁଠି ଟଂକାରେ ବିକ୍ରି ହୁଏ ପାଣି । ଗାଁକୁ ଟ୍ୟାଙ୍କର ଆସିଲେ ଲୋକଙ୍କ ଭିଡ ଲାଗେ । ୧୦ଟଙ୍କାରେ ଘରକୁ ଗରାଏ ଲେଖା ପାଣି କିଣି ନିଅନ୍ତି ଗାଁଲୋକେ । ଏ କଥା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟକର , ସେତିକି ନିରାଶାଜନକ । ପାଣି ପାଇଁ ଲୋକଙ୍କ ଏ ଡହଳ ବିକଳ ସ୍ପଷ୍ଟ କରୁଛି ଜଳକଷ୍ଟ ସ୍ଥିତି ।

ପାଣି ସମସ୍ୟା ଦୂର ପାଇଁ ଗ୍ରାମବାସୀ ହଜାରେ ଚେଷ୍ଟା କରିଛନ୍ତି । ଆନ୍ଦୋଳନର ପଂଥା ବି ଆପଣେଇଛନ୍ତି । ଫମ୍ପା ଗରା ମାଠିଆ ଧରି ସୁକିନ୍ଦା ବ୍ଲକ ଅଫିସ ବି ଘେରାଉ କରିଛନ୍ତି, ହେଲେ ସ୍ଥିତି ସୁଧୁରିନି । କେବଳ ପ୍ରଶାସନର ତାର ତଦନ୍ତ ତାଲିକା ବଢାଇଚାଲିଛି । କିଏ ଓ କାହିଁକି ପାଣି ବିକ୍ରି କରୁଛି ଏହାରିଭିତରେ ସୀମିତ ହୋଇରହିଯାଇଛି ପ୍ରଶାସନ । ହେଲେ ଲୋକଙ୍କ ଶୋଷ ମେଂଟୁନି ।