ଅଭିଯୋଗ ଶିବିରରେ ନାବାଳିକାର ମୃତ୍ୟୁ

25

ଅଭିଯୋଗ କରିବାକୁ ଆସିଥିବା ନାବାଳିକାର ମୃତ୍ୟୁ । ଯାଜପୁର ଧର୍ମଶାଳାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଘଟିଛି ଏହି ଅଘଟଣ । ଧର୍ମଶାଳା ବ୍ଲକ ପ୍ରତାପପୁର ଗାଁର ସୁରେନ୍ଦ୍ର ସାହୁଙ୍କ ୧୨ ବର୍ଷର ଝିଅ ସୋଲି ସାହୁଙ୍କର ଗତକାଲି ମୃତୁ୍ୟ ହୋଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପି, ପ୍ରକଳ୍ପ ନିଦେ୍ର୍ଦଶକଙ୍କ ଉପସ୍ଥିତିରେ ହେଉଥିବା ଜନଶୁଣାଣି ଶିବିରକୁ, ହୃଦଘାତରେ ପୀଡିତା ଝିଅକୁ ଭଲ କରିବା ଆଶାରେ ଆଣିଥିଲେ ସୁରେନ୍ଦ୍ର , ହେଲେ ହଠାତ୍ ସେଠାରେ ସୋଲି ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତୀ କରାଯାଇଥିଲା ହେଲେ ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସୋଲିଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଲାବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା । ନାବାଳିକାର ହୃଦ୍ଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି , ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ କହିଛନ୍ତି ।