ଧର୍ମଶାଳାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ

41

ଯାଜପୁର: ଯାଜପୁର ଧର୍ମଶାଳାର ମୂଳାପାଳ ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି, ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆନ୍ଧ୍ର ପ୍ରଦେଶର ଗୁଂଟୁରରୁ ଏହି ତୀର୍ଥଯାତ୍ରୀ ବସ ବାହାରି କାଶୀ ଅଭିମୁଖେ ଯାଉଥିଲା । ଏଥିରେ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ ।