ଯାଜପୁର : ଛାତ୍ର ବିଜେଡି ହ୍ୱାଟ୍ସଆପ ଗ୍ରୁପରେ ଅଶ୍ଲୀଳ ଫଟୋ ପୋଷ୍ଟ କରି ଅଡୁଆରେ ଶିକ୍ଷକ

32

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଦଶରଥପୁରରେ ଅଶ୍ଲୀଳ ଫଟୋ ପୋଷ୍ଟ କରି ଅଡୁଆରେ ଶିକ୍ଷକ । ଓଷ୍ଟାର ବ୍ଲକ ସଭାପତି ବିପିନ ରାୟ ଛାତ୍ର ବିଜେଡିର ଏକ ହ୍ୱାଟ୍ସଆପ୍ ଗ୍ରୁପରେ ଏହି ଫଟୋ ପୋଷ୍ଟ କରିଥିଲେ । ଗତ ୨୫ ତାରିଖ ସଂଧ୍ୟା ୦୭ଟା ୩୦ମିନିଟ ସମୟରେ ଶିକ୍ଷକ ଜଣକ ଏହି ପୋଷ୍ଟ କରିଥିଲେ । ଏହି ଆପତ୍ତିଜନକ ପୋଷ୍ଟକୁ ନେଇ ପୁରା ଦଶରଥପୁର ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଏନେଇ ମଙ୍ଗଳପୁର ଥାନାରେ ଛାତ୍ର ବିଜେଡି ପକ୍ଷରୁ ଏତଲା ଦିଆଯାଇଛି । ଏହା ସହ କିଛି ବୁଦ୍ଧିଜୀବି ଓ ସ୍ଥାନୀୟ ବାସିନ୍ଦା ମଧ୍ୟ ଦୁଇଟି ମାମଲା ଦାୟର କରିଛନ୍ତି । ସେପଟେ ବିଜେଡି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳ,ଏସପି ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ଅବଗତ କରିଛି । ଅନ୍ୟପଟେ ଗାଁ ଲୋକେ ଶିକ୍ଷକଙ୍କ ବଦଳି ଦାବି କରି ସ୍ଥାନୀୟ ନୋଡାଲ ଉଚ୍ଚପ୍ରାଥମିକ ବଦ୍ୟାଳୟ ଘେରାଉ କରିଥିଲେ । ସେପଟେ ପୋଲିସ କହିଛି ଘଟଣାର ତଦନ୍ତ ଜାରି ରହିଛି ।