କନକ ବ୍ୟୁରୋ : ଓଡିଆ ମାନେ ଅନେକ ଧର୍ମ କଥା ବା କେଉଁ ସମୟରେ କଣ ହେଲେ କାହାକୁ ସୂଚନା ଦେଇଥାଏ ତାହାକୁ ପୂର୍ବପୁରୁଷଙ୍କ କଥା ଅନୁସାରେ ବିଶ୍ୱାସ କରିଥାଆନ୍ତି । ତେବେ କେଇଂ ପକ୍ଷୀ ଆସିଲେ ମୌସୁମୀ ଆସେ କାହାର ମଧ୍ୟ ଏକ ତତ୍ତ୍ୂ ରହିଛି । ଏମିତି ବିଶ୍ୱାସ ଏବେବି ରଖିଛନ୍ତି ଯାଜପୁର ଜିଲ୍ଳା ଧାନମଣ୍ଡଳ ଅଂଚଳ ଲୋକମାନେ । ତେବେ ଏଠାରେ ବିରଳ ପ୍ରଜାତିର ସାଇବେରିଆନ ପକ୍ଷୀ (ଗେଣ୍ଡାଳିଆ) ଏବେ ପାଲଟିଛନ୍ତି ସ୍ଥାନୀୟ ଅଂଚଳବାସୀ ତଥା ପର୍ଯ୍ୟଟକ ମାନଙ୍କପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ । ଏହି ପକ୍ଷୀ ଆସିଲେ ମୈାସୁମୀ ବର୍ଷା ଆସେ ବୋଲି ଏମାନଙ୍କ ମନରେ ରହିଛି ଦୃଢ ବିଶ୍ୱାସ । ବିଶ୍ୱାସ ଏତେ ରହିଛି ଯେ, ଏହି ପକ୍ଷୀ ମାନଙ୍କୁ ଦେଖି ସେଠାକାର ଚାଷୀମାନେ ବିଲ କାମ କରିବାପାଇଁ ପ୍ରସ୍ତୁତି ହୋଇଥାଆନ୍ତି ।

 

ଯାଜପୁର ଜିଲ୍ଳା ଧାନମଣ୍ଡଳ ଷ୍ଟେସନରେ ଏହି ବିଦେଶୀ ପକ୍ଷୀମାନେ ଆସି ରହିଥିବାର ଦେଖାଯାଉଛି । ଏହି ବିଦେଶୀ ବିରଳ ପକ୍ଷୀ ଗେଣ୍ଡାଳିଆ ଏବେ ପାଲଟିଛନ୍ତି ଏ ଅଂଚଳର ମୁଖ୍ୟ ଆକର୍ଷଣ । ବର୍ଷାରୂତୁ ଆରମ୍ଭ ହେବାମାତ୍ରେ ଏମାନେ ଏଠାକୁ ହଜାର ହଜାର ସଂଖ୍ୟାରେ ଉଡିଆସନ୍ତି ଓ ଏଠାରେ ଥିବା ଏକ ପୁରାତନ ଗଛରେ ବସାବାନ୍ଧି ରୁହନ୍ତି । କିନ୍ତୁ ଏହି ଗେଣ୍ଡାଳିଆ ଆସିଲେ ମୌସୁମୀ ଆସେ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି । ଜୁଲାଇ ମାସର ଆରମ୍ଭ ରେ ଏହି ପକ୍ଷୀମାନେ ଦଳବଳ ଧରି ଉଡିଆସନ୍ତି ଧାନମଣ୍ଡଳ ବଜାରକୁ । ଏହି ପକ୍ଷୀଙ୍କ ଆଗମନରୁ ଚଷାପୁଅ ଜାଣିପାରେ ପାଣିପାଗର ସୂଚନା । ନିଜକୁ ପ୍ରସ୍ତୁତ କରେ ଚାଷପାଇଁ । ଏହି ବିରଳ ପକ୍ଷୀମାନଙ୍କର ଯତ୍ନପାଇଁ ସ୍ଥାନୀୟ ଅଂଚଳବାସୀମଧ୍ୟ ବେଶ ତତ୍ପର ହୋଇଥିବାର ଦେଖାଯାଏ । ତେବେ ସେମାନେ ପ୍ରତ୍ୟେ ବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ଏଠାକୁ ଆସିଥିବା ବେଳେ ନିର୍ଦ୍ଧଷ୍ଟ ସମୟରେ ଫେରିଯାଆନ୍ତି । କିନ୍ତୁ ଏମାନେ ଆସିବା ଖବର ପାଇଲାପରେ ସେମାନଙ୍କୁ ଦେଖିବା ପାଇଁ ଅନେକ ଭିଡ ଦେଖିବାକୁ ମିଳେ । ସେମାନଙ୍କ ଜତ୍ନ ନେବାପାଇଁ ସ୍ଥାନୀୟ ଯୁବକ ଓ ପ୍ରଶାସନ ମିଳିତ ଭାବରେ ଚେଷ୍ଟା କରନ୍ତି ବୋଲି ଜଣାପଡିଛି ।