ଯାଜପୁର : ବିଂଝାରପୁର ପୋଖରୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ମୃତ ଜଣେ ଗୁରୁତର ଆହତ

30

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବିଂଝାରପୁର ପୋଖରୀଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତିନିଜଣ ଯୁବକ ଗୋଟିଏ ବାଇକରେ ଯାଉଥିବାବେଳେ ଗୋଟିଏ ଚିପ୍ସ ବୋଝେଇ ଡମ୍ଫର ଏମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

ମୃତ ଯୁବକ ମାନେ ହେଉଛନ୍ତି ମଲିଆ ଗ୍ରାମର ଚଣ୍ଡ ମଲିକ ଓ ପ୍ରହ୍ଲାଦ ମଲିକ । ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ପୋଲିସ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି ।