ପ୍ରେମରେ ବିଫଳ ପରେ ନାବାଳିକାକୁ ଛୁରୀ ମାରିଲା ପ୍ରେମିକ ! ଯୁବକକୁ ଗଛରେ ବାନ୍ଧି ପିଟିଲେ ଝିଅର ପରିବାର ଲୋକେ

46

କନକ ବ୍ୟୁରୋ : ମହଙ୍ଗା ପଡିଲା ଏକ ତରଫା ପ୍ରେମ । ଏକ ତରଫା ପ୍ରେମ କରି ଜେଲ ଗଲା ରୋମିଓ ପ୍ରେମିକ । ଘଟଣା ଘଟିଛି ଯାଜପୁର ବିଂଝାରପୁର ବ୍ଲକର ବରେଣେଶ୍ୱର ଗାଁରେ । ନାବାଳିକା ଜଣକ କଲେଜ ଯାଉଥିବା ସମୟରେ ରୋମିଓ ପ୍ରେମିକ ତାକୁ ପ୍ରେମ ନିବେଦନ କରିଥିଲା । ହେଲେ ଝିଅଟି ମନାକଲା ପରେ, ଏକ ଛୁରୀରେ ମରଣାନ୍ତକ ଆକ୍ରମଣ କରିଛି ।

ନାବାଳିକାକୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ନାବାଳିକାର ପରିବାର ଲୋକେ ରୋମିଓ ପ୍ରେମିକକୁ ନିଜ ଗାଁର ଏକ ଗଛରେ ବାନ୍ଧି ମାଡ ମାରୁଥିବାର ଚିତ୍ର ଦେଖିବାକୁ ମିଳିଛି । ତେବେ ପୂର୍ବରୁ ଏହି ନାବାଳିକାକୁ ପ୍ରେମ ନିବେଦନ ନେଇ ବିଂଝାରପୁର ଥାନାରେ ଅଭିଯୋଗ ପରେ, ରଫାଦଫା ହୋଇଥିଲା । ହେଲେ ପୁଣି ଥରେ ଏହି ରୋମିଓର ରୋମିଓଗିରି ମହଙ୍ଗା ପଡିଛି ।