ଅବ୍ୟବସ୍ଥାରେ ଯାଜପୁରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବରାହ ମନ୍ଦିର : ସନ୍ଧ୍ୟା ସମୟରେ ମଦ୍ୟପଙ୍କ ଆଢୁଆଳରେ ମନ୍ଦିର ପରିସର

198

କନକ ବ୍ୟୁରୋ : ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ବିକାଶ କରୁଛନ୍ତି । ତେବେ ସାରା ଭାରତରୁ ନୁହେଁ ବରଂ ବିଶ୍ୱର ପ୍ରତ୍ୟେକ କୋଣରୁ ଲୋକମାନେ ଯେପରି ଭାବରେ ଓଡିଶାକୁ ଆସିବେ ସେନେଇ ଅନେକ ବିଜ୍ଞାପନରେ ପ୍ରଚୁର ଅର୍ଥ ଖର୍ଚ୍ଚ ମଧ୍ୟ କରୁଛନ୍ତି । ତେବେ ପ୍ରକୃତରେ ପର୍ଯ୍ୟଟନ ସ୍ଥଳୀରେ ସ୍ଥାନୀୟ କିଛି ଆସାମାଜି ଯୁବକ ବା ବ୍ୟକ୍ତି କିପରି ଭାବରେ ତାହାର ପରିସରକୁ ନଷ୍ଟ କଲେଣି ତାହା ଉପରେ ସରକାର କୈାଣସି ଦୃଷ୍ଟି ଦେଉନାହାନ୍ତି ସରକାର । ଏପରିକି ସନ୍ଧ୍ୟା ସମୟରେ ସେଠାକୁ ଲୋକମାନେ ଯିବା ପାଇଁ ମଧ୍ୟ ମନ କରୁନାହାନ୍ତି । ଏପରି ସ୍ଥତି ଦେଖାଦେଇଛି ଯାଜପୁର ଜିଲ୍ଲାର ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ବରାହ ନାଥ ମନ୍ଦିର ନିକଟରେ । ବରାହନାଥଙ୍କ ଦେଖିବା ଲାଗି ଅନେକ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି । ତେବେ ବତ୍ତ୪ମାନ ସମୟରେ ଯେପରି ଭାବରେ ସେଠାକାର ପରିବେଶ ରହିଛି ବଲୋକମାନେ ଆଉ ଆସିବା ପାଇଁ ମନବଳାଉ ନଥିବା ଦେଖାଯାଉଛି ।

 

ପ୍ରସିଦ୍ଧ ବରାହପୀଠ ପୁଣ୍ୟତୋୟା ବୈତରଣୀ କୂଳରେ ଅବସ୍ଥିତି । ତେବେବ ବୈତରଣୀ ନଦୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ତର୍ପଣ କରିବା ପରେ ବରାହମନ୍ଦିରରୁ ଭକ୍ତମାନେ ଦର୍ଶନ କରିବା ପାଇଁ ଯାଆନ୍ତି । ତେବେ ବରାହନାଥକୁ ସଂଯୋଗ କରୁଥିବା ପୋଲର ଅବସ୍ଥା ବତ୍ତମାନ ସମୟରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କହିବାକୁ ଗଲେ ଗୋଟିଏ ପଟ ଏବେ ଭଗ୍ନ ଅବସ୍ଥାରେ ରହିଛି । ଅପରପାଶ୍ୱର୍ରେ ଲୁହାରଡ ଦେଖାଗଲାଣି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହାରି ମଧ୍ୟରେ ବସି ଯୁବକମାନେ ମଦ୍ୟ ପାନ କରିବା ସହ ପୋଲ ଉପରେ ବସି ସେଠାକୁ ଆସୁଥିବା ଲୋକମାନଙ୍କୁ ଅନେକ ସମୟରେ ଗାଳିଗୁଲଜ କରୁଥିବା ନଜର ରହିଛି । ଅପରପକ୍ଷରେ ପୈାରପାଳିକାର ମହାଶଶ୍ମାନ ବାରୁଣୀ ପଡିଆ ଏଠାରେ ରହିଛି । ତେଣୁ ଅନେକ ଲୋକ ଏଠାରେ ଶବଦାହ କରିବା ପାଇଁ ଏଠାକୁ ଆସିଥାଆନ୍ତି । ତେଣୁ ଏପରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମଦ୍ୟପ ଯୁବକ ମାନେ ବସି ଏଠାରେ ଆଡ୍ଡା କରୁଛନ୍ତି ।

 

ତେବେ ଏହା ଏବେକା କଥା ନୁହେଁ ବରଂ ଗତ ୩ ରୁ ୪ ବର୍ଷ ହେଲାଣି ଏପରି ଦେଖାଯାଉଛି । ମାତ୍ର ୧ କିଲୋମିଟର ଦୂରରେ ପୋଲିସ ଥାନା ଥିଲେ ମଧ୍ୟ କେବଳ ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରି ଦେଇ କାମ ସାରି ଦେଉଛନ୍ତି । ତେଣୁ ଏପରି ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଲକ୍ଷ୍ମୀଧର ମହାପାତ୍ର କହନ୍ତି, ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏଠାରେ ଆସି କିଛି ଯୁବକ ମାନେ ଗଂଜେଇ ଟାଣିବା ସହ ପାଟିତୁଣ୍ଡ କରୁଛନ୍ତି । ଏହା ଏକ ତୀର୍ଥ ନୁହେଁ ବରଂ ନର୍କ ସ୍ଥାନରେ ପରିଣତ କଲେଣି । କିନ୍ତୁ କୋଣସି ପ୍ରଶାସନର ଅଧିକାରୀଙ୍କୁ ଏହା ଦେଖାଯାଉନାହିଁ । ଯାଜପୁର ଅଞ୍ଚଳର ଏହା ପ୍ରସିଦ୍ଧ ତୀର୍ଥସ୍ଥଳୀ ରୂପେ ପରିଗଣିତ । କିନ୍ତୁ ବର୍ତ୍ତମାନ ସମୟରେ ଏଠାରେ ମଦୁଆ ମାନେ ଯେପରି ଭାବରେ ମେଳି କରୁଛନ୍ତି କୈାଣସି ଭଦ୍ର ଲୋକ ଏଠାକୁ ଆସିବା ପାଇଁ କେହି ଚାହୁଁନାହାନ୍ତି । ବେଳ ଥାଉ ଥାଉ ପ୍ରଶାସନ ଯଦି ନ ସୁଧୁରେ ତେବେ ଆଗାମୀ ଦିନରେ ଏହା ଏକ ଜଣାଶୁଣା ମଦୁଆଙ୍କ ଆଡ୍ଡାସ୍ଥଳୀ ରୂପେ ପରିଣତ ହେବ ସେଥିରେ ତିଳେ ମାତ୍ର ସଂନ୍ଦେହ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 

ତେବେ ଏହି ପ୍ରସଙ୍ଗରେ ପୈାରପାଳିକା ଅଧ୍ୟକ୍ଷ କିମ୍ବା ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୈାଣସି ପ୍ରତକ୍ରିୟା ଦେବାକୁ ସେମାନେ ମନା କରିଦେଇଛନ୍ତି । ଯଦି ପ୍ରଶାସନ ଏ ଦିଗରେ କୈାଣସି ପଦକ୍ଷେପ ନ ନିଏ ତେବେ ଆଗକୁ ଏକ ବଡ ଆନ୍ଦୋଳନ ହୋଇପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବି ମାନେ ସୂଚନା ଦେଇଛନ୍ତି ।