ଗାଡି ଷ୍ଟାର୍ଟ କଲା ୪ ବର୍ଷର ପୁଅ ! ରାସ୍ତା ଉପରେ ଯାଉଥିବା ୧୩ ବର୍ଷର ଝିଅ ଉପରେ ଚଢିଗଲା କାର୍

20

କନକ ବ୍ୟୁରୋ : ୪ବର୍ଷର ଶିଶୁର ଅସାବଧାନତା ଯୋଗୁଁ ଚାଲିଗଲା ୧୩ ବର୍ଷିୟ ନାବାଳିକାର ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଅଶୋକଝରରେ । ଆଜି ସକାଳେ ସେହି ଗାଁର ବୋଲେରୋ ଡ୍ରାଇଭର ରାମଚନ୍ଦ୍ର ହେମ୍ବ୍ରମ ଘର ନିକଟରେ ଗାଡି ଧୋଉଥିଲେ । ଗାଡି ଧୋଇବାକୁ ପାଣି ଆଣିବାକୁ ନିକଟ ଟ୍ୟୁବୱେଲକୁ ଯାଇଥିବା ବେଳେ ତାଙ୍କର ୪ବର୍ଷର ପୁଅ ଗାଡିରେ ଲାଗିଥିବା ଚାବି ମୋଡିଦେଇଥିଲା ।

ଗିୟରରେ ଥିବା ଗାଡିଟି ହଠାତ୍ ଷ୍ଟାର୍ଟ ହୋଇ ଆଗକୁ ମାଡି ଯାଇଥିଲା । ଫଳରେ ପାଣିନେବାକୁ ଆସୁଥିବା ସେହି ଗାଁର ଗୌରାଙ୍ଗ ଧିରଙ୍କର ୧୩ ବର୍ଷିୟା ନାବାଳିକା ଉପରେ ଗାଡିଟି ଚଢିଯାଇଥିଲା । ଘଟଣା ସ୍ଥଳରେ ହିଁ ଝିଅଟିର ମୃତ୍ୟୁ ହୋଇଯାଇଛି । ମୃତ ଦେହ ଧରି ଯାଜପୁର ରୋଡ ଡାକ୍ତରଖାନାରେ ଝିଅର ବାପା ପହଂଚିବା ବେଳେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ । କୋରେଇ ପୋଲିସ ଘଟଣା ସ୍ଥଳ ଓ ମେଡିକାଲରେ ତଦନ୍ତ ଚଳାଇଛି ।