ଯାଜପୁରରେ ଅଘଟଣ ! ୧୧ କେଭି ବିଦ୍ୟୁତ୍ ତାର ନେଲା ୩ ଜୀବନ

20

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଟମକା ଥାନା ପାଟବାଲି ଗାଁରେ ଅଘଟଣ । ବିଦ୍ୟୁତ୍ ତାର ଛିଡି ୩ ଜଣଙ୍କ ମୃତୁ । ହଠାତ୍ ତାର ଛିଣ୍ଡି ପଡିବାରୁ ଗାଁ ଦାଣ୍ଡରେ ଛିଡା ହୋଇଥିବା ମା ଓ ଝିଅଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ସହ ଟିଉସନ ଯାଉଥିବା ଜଣେ ଶିଶୁର ମଧ୍ୟ ମୃତ୍ୟୁ ହୋଇଛି । ବିଦ୍ୟୁତ୍ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବାରୁ ଉତ୍ତେଜନା ପ୍ରକାଶ ପାଇଛି ।

ମୃତକ ମାନେ ହେଲେ ପାଟପାଲି ଗାଁର ୫୫ବର୍ଷିୟ ପ୍ରତିମା ମଂଜରୀ ବେହେରା ଓ ତାଙ୍କ ୩୦ବର୍ଷିୟ ଝିଅ ପ୍ରଭାତୀ ନଳୀନି ବେହେରା ଏବଂ ୬ ବର୍ଷିୟ ପ୍ରଭାସୀନି ମହାନ୍ତ । ପାଟପାଲି ଗାଁ ଦାଣ୍ଡ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ଛିଡି ପଡିବାରୁ ଏହି ଅଘଟଣ ଘଟିଛି । ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି । ମୃତ ଦେହକୁ ରାସ୍ତାରେ ରଖି ଗ୍ରାମବାସୀ ଦୈତାରୀ ଓ ଚଣ୍ଡିଖୋଲ ରାସ୍ତା ଅବରୋଧ କରିଥିଲେ ।