ଜେଟଲୀଙ୍କ ବିବାଦୀୟ ବୟାନ୍ ! କହିଲେ, ଛତିଶଗଡ ନିର୍ବାଚନରେ ମାଓବାଦୀଙ୍କ ସହ ମେଂଟ କରିଥିଲା କଂଗ୍ରେସ ।

244

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଏକ ଟ୍ୱିଟ୍ ଛତିଶଗଡ ରାଜନୀତିରେ ଭୂମିକମ୍ପ ସୃଷ୍ଟି କରିଛି । ଆଜି ଅରୁଣ ଜେଟଲୀ ଏକ ଟ୍ୱିଟ୍ ମାଧ୍ୟମରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଛତିଶଗଡ ନିର୍ବାଚନରେ କଂଗ୍ରେସ ନକ୍ସଲମାନଙ୍କୁ ସମର୍ଥନ କରୁଥିବା ଏବଂ ସେମାନଙ୍କୁ ପ୍ରଶୟ ଦେଉଥିବା ଭଳି ବଡ ଅଭିଯୋଗ କରିଛନ୍ତି ଜେଟଲୀ । ନିଜ ଟ୍ୱିଟରେ ଜେଟଲୀ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ଛତିଶଗଡରେ ହୋଇଥିବା ନିର୍ବାଚନରେ କଂଗ୍ରେସ ମାଓବାଦୀମାନଙ୍କ ସହ ମେଂଟ କରିଥିଲା ।

ଅରୁଣ ଜେଟଲୀଙ୍କ ଏଭଳି ଟ୍ୱିଟ୍ ପରେ ଉଷ୍ମ ହୋଇଛି ଛତିଶଗଡ ରାଜନୀତି । ଜେଟଲୀଙ୍କ ଏହି ଟ୍ୱିଟକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ଏବଂ ମନ୍ତ୍ରୀ ମହମ୍ମଦ ଆକବର କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ଥରର ଜଣେ ନେତା ତଥା କେନ୍ଦ୍ରମନ୍ତ୍ରୀ ଏଭଳି ବୟାନ୍ ଦେବା ଉଚିତ୍ ନୁହେଁ । ବିନା କୌଣସି ତଥ୍ୟରେ ମିଛ ଅଭିଯୋଗ ଲଗାଇ ଦଳକୁ ବଦନାମ କରିବା ରାଜନୀତିରେ ଠିକ୍ କଥା ନୁହେଁ । ସେପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଟ୍ୱିଟ୍ କରି ଜେଟଲୀଙ୍କ ବିରୋଧରେ ଓଲଟା ପ୍ରହାର କରିଛନ୍ତି ।