ଜୈଶ-ଏ-ମହମ୍ମଦର ଟାର୍ଗେଟରେ ଏବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଯୋଗୀ

29

କନକ ବ୍ୟୁରୋ: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଏକ ଅଡିଓ ଟେପ ଜାରି କରି ଜୈଶ ମୁଖିଆ ମାସୁଦ ଆଜହର, ଯୋଗୀ ଓ ମୋଦିଙ୍କୁ କେମିକାଲ ହମଲା କରି ହତ୍ୟା କରିବାକୁ ଧମକ ଦେଇଛି ।

ଜୈଶ-ଏ-ମହମ୍ମଦ ତରଫରୁ ଜାରି ଏହି ଟେପର ତଦନ୍ତ ଏବେ ୟୁପି ଏଟିଏସ ଓ ଏନଆଇଏ କରୁଛନ୍ତି । ଅନ୍ୟପଟେ ୟୁପି ବିଧାନସଭାରୁ ବିସ୍ଫୋରକ ଜବତ ହେବା ପରେ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାକୁ ଆହୁରି ବଢାଇ ଦିଆଯାଇଛି ।