ପୁରା ହେଲା ବଦଲା ! ପୁଲୱାମା ହମଲାରେ ସମ୍ପୃକ୍ତ ଆତଙ୍କୀ ସଜ୍ଜାଦ ଭଟ୍ଟକୁ ଖୋଜି ଖୋଜି ମାରିଲା ଭାରତୀୟ ସେନା

1,400

କନକ ବ୍ୟୁରୋ: ଜମ୍ମୁକଶ୍ମୀର ଅନନ୍ତନାଗରେ ଭାରତୀୟ ସେନାକୁ ବଡ ସଫଳତା । ପୁଲୱାମା ହମଲାରେ ସମ୍ପୃକ୍ତ ଜୈଶ ଏ ମହମ୍ମଦର ଆତଙ୍କୀ ସଜ୍ଜାଦ ଭଟକୁ ନିପାତ କରିଛି ସେନା । ଫେବୃଆରୀ ୧୪ ପୁଲୱାମା ଆତଙ୍କୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଥିଲା ଭଟ୍ଟ । ଏଥିସହ ୧୭ ଜୁନରେ ପୁଲୱାମାରେ ସିଆରପିଏଫ ଗାଡି ଉପରକୁ ଆଇଇଡି ବିସ୍ଫୋରଣ ପଛରେ ହାତ ଥିବା ଆଉ ଜଣେ ଆତଙ୍କୀଙ୍କୁ ମଧ୍ୟ ନିପାତ ହୋଇଥିବା ଜଣାପଡିଛି ।

source : Zeenews

ବର୍ତମାନ ଉଭୟ ପୁଲୱାମା ଓ ଅନନ୍ତନାଗରେ ସେନା କରୁଛି ଜୋରଦାର ଅପରେସନ । ଆଜିର ଏନକାଉଁଟରରେ ଜଣେ ଯବାନ ସହିଦ ଓ ଜଣେ ଆହତ ହୋଇଛନ୍ତି । ମେରଠ ନିବାସୀ ମେଜର କେତନ ଶର୍ମା ୨୯ବର୍ଷ ବୟସରଙ୍କ ସହିଦ ହୋଇଛନ୍ତି ।

ଅନ୍ୟପଟେ, ଗତକାଲିର ଆତଙ୍କୀ ହମଲାରେ ଗୁରୁତରଭାବେ ଆହତ ହୋଇଥିବା ଦୁଇଜଣ ଯବାନ ଆଜି ଆଖି ବୁଝିଛନ୍ତି । ଗତକାଲି ୪୪ ରାଷ୍ଟ୍ରୀୟ ରାଇଫଲ ଗାଡି ଅରିହାଲ ଇଲାକାରେ ପାଟ୍ରୋଲିଂ କରୁଥିବା ସମୟରେ ଆତଙ୍କୀମାନେ ଆଇଇଡି ବିସ୍ଫୋରଣ କରିଥିଲେ । ଘଟଣାରେ ୯ଜଣ ଯବାନ ଗମ୍ଭୀରଭାବେ ଆହତ ହେବା ପରେ ସେମାନଙ୍କୁ ତରୁନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପୁଲୱାମା ଆତଙ୍କୀ ହମଲା ଘଟଣାସ୍ଥଳରୁ ଏହା ମାତ୍ର ୧୭ କିଲୋମିଟର ଦୂରରେ ରହିଛି ।