ପୁଲୱାମା ଠାରୁ ବି ଆଉ ଭୟଙ୍କର ଆକ୍ରମଣର ଯୋଜନା କରୁଛି ଜୈଶ୍ ! ସତର୍କ ରହିବା ପାଇଁ ଗୁଇନ୍ଦା ବିଭାଗର ନିର୍ଦ୍ଦେଶ, ୫୦୦ କେଜିର ବିସ୍ଫୋରକ ବ୍ୟବହାରର ଆଶଙ୍କା

961

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣରରେ ସହିଦ ହୋଇଥିବା କଥା ଏଯାଏଁ ଭୁଲିପାରିନି ଦେଶ । ଲୋକଙ୍କ ମନରେ ଏବେ ବି ପ୍ରତିଶୋଧର ନିଆଁ କୁହୁଳୁଛି । ସହିଦ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନି । ପୁଣି ଆଉ ଏକ ନୂଆ ଆକ୍ରମଣ ଯୋଜନାର ଖବର ଆସିଛି । ଗୁଇନ୍ଦାର ବିଭାଗ ଅନୁସାରେ ଜୈଶ-ଇ-ମୋହମ୍ମଦ ପୁଲୱାମାରେ ଆଉ ଏକ ବଡ଼ ଆକ୍ରମଣ କରିବାର ଯୋଜନା କରୁଛି । ବିଶ୍ୱସ୍ତ ସୂତ୍ର ଅନୁସାରେ ଉତ୍ତର କାଶ୍ମୀରର ଚୌକିବଲ ଓ ଜଙ୍ଗଦାରରେ ଆଇଡ଼ି ବ୍ଲାଷ୍ଟ ଜରିଆରେ ଆକ୍ରମଣ କରିବାର ଯୋଜନା କରାଯାଉଛି ।

source : News Nation

ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନଙ୍କୁ ସତର୍କ ରହିବା ପାଇଁ ଗୁଇନ୍ଦା ବିଭାଗ ପରାମର୍ଶ ଦେଇଛି । ଜୈଶର ଆତଙ୍କବାଦୀ ଦ୍ୱାରା ଏକ ଗାଡ଼ିରେ ପ୍ରସ୍ତୁତ କରାଯାଇଛି । ଆଇଡ଼ି ବିସ୍ଫୋରଣ ଜରିଆରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ରହିଛି । ଏହି ଆକ୍ରମଣ ପାଇଁ ଏକ ସବୁଜ ରଙ୍ଗର ଗାଡ଼ି ପ୍ରସ୍ତୁତ କରାଯାଇଛି । ଯଦ୍ୱାରା ପୁଣି ଥରେ ପୁଲୱାମା ପରି ଆଉ ଏକ ଆକ୍ରମଣ କରାଯିବ । ଏକ ମେସେଜକୁ ଡିକୋଡ଼୍ କରାଯାଇ ଏ ଖବର ହସ୍ତଗତ କରାଯାଇଛି । ମେସେଜ ଅନୁସାରେ ଗତ ଆକ୍ରମଣ ଠାରୁ ଏହି ଆକ୍ରକଣ ଅଧିକ ଭୟଙ୍କର ହେବ । ଗତଥର ୩୫୦ କିଲୋ ବିସ୍ଫୋରକ ବ୍ୟବହାର ହୋଇଥିଲା । ଏଥର ୫୦୦ କେଜି ବିସ୍ଫୋରକ ବ୍ୟବହାର କରାଯିବାର ଯୋଜନା ରହିଛି । ତେବେ ଏଥିପାଇଁ କାଶ୍ମୀରର ହିଁ ଲୋକଙ୍କୁ ଆତଙ୍କବାଦୀ କରି ଯୋଜନା ପ୍ରସ୍ତୁତ କରାଯାଇଛି ।