ଭାରତ ବିରୋଧରେ ଯୁଦ୍ଧ ଡାକରା ଦେଲା ଜୈଶ । କହିଲା, ମୋଦି  ଓ ଭାରତ ଆମର ଏକ ନମ୍ବର ଶତ୍ରୁ

46

କନକ ବ୍ୟୁରୋ : ଭାରତକୁ ପୁଣି ଚ୍ୟାଲେଂଜ କରିଛି ଆତଙ୍କବାଦୀ ସଂଗଠନ ଜୈଶ । ଏକ ରାଲିରେ ଭାରତର ପ୍ରଧାନମନ୍ତ୍ରୀ ମୋଦି  ପାକିସ୍ତାନ ତଥା ଜୈଶର ପ୍ରଧାନଶତ୍ରୁ ବୋଲି କହିବା ତାଙ୍କ ବିରୋଧରେ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି  କହିଛି ଏହି ଆତଙ୍କବାଦୀ ସଂଗଠନ । ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ । ଭାରତ ବିରୋଧରେ ଆମର ଯୁଦ୍ଧ ଅବ୍ୟାହତ ରହିବ ବୋଲି କହିଛି ପାକିସ୍ତାନି ଆତଙ୍କବାଦୀ ସଂଗଠନ ଜୈସ ଇ ମୁହମ୍ମଦ ।

ଭାରତ ଜୈସ-ଇ-ମୁହମ୍ମଦ ସଂଗଠନର ସବୁଠୁ ବଡ଼ ଶତ୍ରୁ ଓ ମୋଦି ମୌଲାନା ମାସୁଦ ଆଜାରର ୧ନମ୍ବର ଶତ୍ରୁ ବୋଲି କହିଛି ଗ୍ଲୋବାଲ ଆତଙ୍କବାଦୀ ମାସୁଦ ଆଜାରର ଭାଇ ତଲହା ସିଆଫ । ସିନ୍ଧ ପ୍ରଦେଶରେ ଅନୁଷ୍ଠିତ ଏକ ରାଲିରେ ଯୋଗଦେଇ ସେ କହିଥିଲା ଯେ ଭାରତ ଗତ ୭୦ ବର୍ଷ ଧରି ପାକିସ୍ତାନକୁ ସମସ୍ୟାରେ ପକାଇଚାଲିଛି । ମୋଦିଙ୍କ ନେତୃତ୍ୱରେ ଭାରତ ଏକ ମିନି ସୁପରପାଓ୍ଵାରରେ ପରିଣତ ହୋଇସାରିଛି । ଏଣୁ ଭାରତକୁ ଆମକୁ ହରାଇବାକୁ ପଡିବ । ଆମକୁ ଭାରତ ବିରୋଧରେ ଜିହାଦ ଚଳାଇବାକୁ ହେବ ।

ଆମର କାଶ୍ମୀର ଭାଇ ଓ ଭଉଣୀମାନେ ଆମକୁ ସହାୟତା ମାଗୁଛନ୍ତି ଆମକୁ ସେମାନଙ୍କ ପାଇଁ ସୀମା ଟପିବାକୁ ପଡିବ ।ରାମ ମନ୍ଦିର ପ୍ରସଙ୍ଗରେ ସିଆଫ କହିଛି ଯେ ବାବ୍ରୀମସଜିଦ ଉପରେ ରାମ ମନ୍ଦିର ନିର୍ମାଣ କରାଇଦିଆଯିବ ନାହିଁ । ଭାରତରେ ଶାସନ କରୁଥିବା ମୋଦି ସରକାର ସବୁ ସରକାରୀ କଳକୁ ବ୍ୟବହାର କରି ସେଠାରେ ରାମ ମନ୍ଦିର ନିର୍ମାଣ କରିବାକୁ ଯାଉଛି, କିନ୍ତୁ ଆମକୁ ତାହାର ବିରୋଧ କରିବାକୁ ହେବ ।