ସସପେନ୍ସରୁ ଉଠିଲା ପରଦା , ଜୟରାମ ଠାକୁର ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ! ବିଧାୟକ ଦଳରେ ହେଲା ନିଷ୍ପତି

40

ଜୟରାମ ଠାକୁର ହେବେ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ଜୟରାମଙ୍କ ନାଁରେ ମୋହର ଲାଗିଛି । ଗତ କିଛିଦିନ ଧରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଗି ରହିଥିବା ସସପେନ୍ସରୁ ପରଦା ଉଠିଛି । ୫ ଥର ବିଧାୟକ ନିର୍ବାଚିତ ହୋଇଥିବା ଜୟରାମଙ୍କୁ ବିଧାୟକ ଦଳ ନେତା ଭାବେ ବଛାଯାଇଛି । ପ୍ରେମ କୁମାର ଧୂମଲ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜୟରାମ ଠାକୁରଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଯାହା ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ଜୟରାମ ହିମାଚଳ ପ୍ରଦେଶ ବିଜେପିର ଏକ ଲୋକପ୍ରିୟ ଚେହେରା ।

Jairam_Thakur_630_630ଜୟରାମ ସିରାଜ ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଏହା ସହ ୨୦୦୭ରୁୁ ୨୦୦୯ ପର୍ଯ୍ୟନ୍ତ ସେ ହିମାଚଳ ପ୍ରଦେଶ ବିଜେପି ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି । ତେବେ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମ କୁମାର ଧୂମଲ ପରାସ୍ତ ହେବା ପରେ ଜୟରାମଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଦଳ ଭିତରେ ସହମତି ହେଉନଥିଲା । ଏହାସହ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ସାମ୍ନାକୁ ଆସିଥିଲା । କିନ୍ତୁ ଶେଷରେ ବାଜି ମାରି ନେଇଛନ୍ତି ଜୟରାମ । ଚଳିତ ବିଧାନସଭା ନିର୍ବାଚନରେ ବିଜେପି ୬୮ଟି ଆସନରୁ ୪୪ଟି ଆନରେ ବିଜୟୀ ହୋଇଛି ।