ସ୍ୱଚ୍ଛ ଭାରତ ମିଶନ୍ ! ଏହି ଯୁବକଙ୍କ ଏକ ଛୋଟ ପଦକ୍ଷେପ ଯୋଗୁଁ ସେ ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି

180

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ ସ୍ୱଚ୍ଚ ଭାରତ ଅଭିଯାନ ମିଶନ୍ । ବେଶ୍ କିଛି ଦିନ ଧରି ରାଜନେତା, ସ୍ୱେଚ୍ଛାସେବୀ ଦଳ, ସେଲିବ୍ରିଟ୍ରି ତଥା ସାଧାରଣ ଲୋକ ଏହି ଅଭିଯାନରେ ସାମିଲ ହୋଇଥିିଲେ । ଏହାସହ ଏହି ମିଶନ୍ ବହୁତ ଦିନ ଧରି ଖବରକାଗର ପ୍ରଥମ ପୃଷ୍ଠା ମଧ୍ୟ ମଣ୍ଡନ କରିଥିଲା । କିନ୍ତୁ ଧୀରେ ଧୀରେ ଏହି ମିଶନକୁ ଲୋକମାନ ଭୁଲିବାରେ ଲାଗିଲେଣି । ଏହି ମିଶନକୁ ନେଇ ଆଗ ପରି ଲୋକଙ୍କ ମନରେ ସେ ଉତ୍ସାହ ନାହିଁ ।

କଥାରେ ଅିଛି ସ୍ୱଚ୍ଛତା ଭକ୍ତିରୁ ମଧ୍ୟ ବଡ଼ । କିନ୍ତୁ ଖୁବ୍ କମ ଲୋକ ହିଁ ଏହି କଥାକୁ ପାଳନ କରିବାର ଦେଇାଯାଏ । ଆମ ଭାରତୀୟ ମାନଙ୍କ ମନରେ ଭକ୍ତି ତ ବହୁତ କିନ୍ତୁ ସ୍ୱଚ୍ଛତା ମାମଲାରେ ଆମେ ଏବେ ବି ବହୁତ ପଛରେ । ପାଶ୍ଚ୍ୟା ଦେଶମାନଙ୍କରୁ ଆମେ ତାଙ୍କ ଖାଦ୍ୟପେୟ, ଚାଲିଚଳନ ତଥା ଆଚାରବ୍ୟବହାର ସବୁ ତ ଅନୁକରଣ କରିନେଲେ କିନ୍ତୁ ଯାହା ଆମ ଦେଶ, ସହର ତଥା ଗାଁ ପାଇଁ ଅଧିକ ଦରକାରୀ ତାହାକୁ ଆମେ ଭୁଲି ଯାଉଛୁ ।

ସ୍ୱଚ୍ଛତାକୁ ନେଇ ଆମ ଦେଶରେ ଅନେକ କାର୍ଯ୍ୟକ୍ରମର ଆୟେଜନ ହେଉଥିଲେ ହେଁ ଦେଶରେ ସେପରି ଆଖିଦୃଶିଆ ପରିବର୍ତ୍ତନ ଆସିନାହିଁ । ଏବେ ବି ଯେଉଁ ଗଳିକନ୍ଦିି ଯିବେ, ସବୁଠି ଆବର୍ଜନା ପୁରି ରହିଥିବା । ବହୁତ କମ ଲେକ ଏପରି ଅଛନ୍ତି ଯେଉଁମାନେ ସ୍ୱଚ୍ଛ ଭାରତ ମିଶନରେ ସରକାରଙ୍କୁ ସାହାଯ୍ୟ କରୁଛନ୍ତି । ନିକଟରେ ଜୟପୁର ମେଟ୍ରୋରେ ହୋଇଥବା ଏକ ଘଟଣା ଆପଣଙ୍କ ବିଚାର ସମ୍ପୂର୍ଣ୍ଣ ରୂପେ ବଦଳାଇଦେବ ।

ଜୟପୁରରେ ରହୁଥିବା ସୁନୀଲ ଚୌଧୁରୀ ମୋଟ୍ରରେ ଯାତ୍ରା କରୁଥିବା ସମୟରେ ଦେଖିବାକୁ ପାଇଲେ ଏକ ଯୁବକ ଟ୍ରେନକୁ କିପରି ଟ୍ରେନ ସଫା କରୁଥିଲେ । ସୁନୀଲ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି ମେଟ୍ରୋରେ ହେଡ଼ଫୋନ ଲଗାଇ ବସିଥିବା ଏକ ଯୁବକ ନିଜର ବ୍ୟାଗରୁ ପାଣି ବୋତଲ ବାହର କରିବା ସମୟରେ ଅଚାନକ ବ୍ୟାଗରୁ ଲଞ୍ଚ ବକ୍ସ ଖୋଲି ସବୁ ତଲେ ପଡ଼ିଗଲା । ଯାହାଦ୍ୱାରା ସେମାନେ ବସିଥବାର ବଗିର ଚଙ୍କାଣ ମଇଳା ହୋଇଗଲା ।

ଏହା ଦେଖି ସୁନୀଲଙ୍କୁ ଲାଗିଲା ପୁରାଦିନ ମଇଳା ହିଁ ଏପରି ରହିବ । କିନ୍ତୁ ତା’ ପରେ ଯାହା ହେଲା ବିଲକୁଲ ଅବିଶ୍ୱସନୀୟ ଥିଲା । ସୁନୀଲ ଦେଖିଲେ ଉକ୍ତ ଯୁବକ ଜଣକ ନିଜ ବ୍ୟାଗରୁ ଖାତା ବାହାର କରି ସେଥିରୁ କିଛି କାଗଜ ଫାଡ଼ି ଟ୍ରେନରେ ପଡ଼ିଥିବା ମଇଳା ସଫା କରିବାରେ ଲାଗିଲେ । ସେହି ଯୁବକଙ୍କ ନାମ ପ୍ରାଞ୍ଜଲ ଦୁବେ । ଆପଣ ଭାବୁଥିବେ ଏଥିରେ ବଡ଼କଥା କ’ଣ, ସେ ନିଜେ ମଇଳା କରିଥିଲେ ଏବଂ ନିଜେ ସଫା କଲେ ।

କିନ୍ତୁ ଏଇଠି ପ୍ରଶ୍ନ ଉଠୁଛି ଏପରି କେତେ ଜଣ ଲୋକ ଅଛନ୍ତି, ଯିଏ ଏପରି କଥା ଚିନ୍ତା କରୁଛି । ସବୁଠାରୁ ବଡ଼କଥା ହେଲା, ସେ ଚାହିଁଥିଲେ ଅନ୍ୟ ଲୋକଙ୍କ ପରି ମଇଳା ସେଇଠି ଛାଡ଼ି ଯାଇ ପାରିଥାଆନ୍ତେ । କିନ୍ତୁ ସେ ତାଙ୍କୁ କର୍ତ୍ତବ୍ୟ କଲେ । ସଫା କରିବା ସମୟରେ ସୁନୀଲ ପ୍ରାଞ୍ଜଲଙ୍କ କିଛିି ଫଟୋ ଉଠାଇଥିଲେ, ଯାହା ସେ ନିଜ ଫେସବୁକ ଟାଇମଲାଇନରେ ଶେୟାର କରିଛନ୍ତି ।

                                ସୌଜନ୍ୟ-ଗାଁଓଁକନେକ୍ସନ