ସହିଦ ପତ୍ନୀଙ୍କର ପ୍ରଶ୍ନ- କେବଳ ଯବାନମାନେ ହିଁ କାହିଁକି ସହିଦ ହୋଇଥାନ୍ତି, କୌଣସି ନେତା ନିଜ ଛାତିରେ ଗୁଳି ଖାଉନାହାଁନ୍ତି କାହିଁକି ?

289

ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ସିପିଆରପିଏଫର ବସର ଡ୍ରାଇଭର ଜୈମଲ ସିଂହ (୪୫)ଙ୍କର ପତ୍ନୀ ସୁଖଜିତ କୌର କହିଛନ୍ତି କି, ତାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଦରକାର ନା ହିଁ ତାଙ୍କର ମୃତ ସ୍ୱାମୀଙ୍କର ମୃତ୍ୟୁର ବଦଲା । ବାସ୍ କେନ୍ଦ୍ର ସରକାର ତାଙ୍କୁ ତାଙ୍କର ସ୍ୱାମୀ ଏବଂ ସହିଦ ଯବାନଙ୍କୁ ଦେଇଥିବା ପ୍ରତିଶ୍ରୃତିକୁ ଫେରାଇ ଦିଅନ୍ତୁ । ଆମକୁ ଆଉ କିଛି ଦରକାର ନାହିଁ ।

ଲୁହ ଛଳ ଛଳ ଆଖିରେ ସୁଖଜିତ କୌର କହିଛନ୍ତି କି, ବିବାହର ୧୬ ବର୍ଷ ପରେ ଆମର ଏକ ପୁଅ ହୋଇଛି । ୬ ବର୍ଷର ଏକମାତ୍ର ପୁଅ ସହ ଜୈମଲ ଦିନକୁ ଦଶ ଦଶ ଥର ଫୋନରେ କଥା ହେଉଥିଲେ । ଏବେ ମୁଁ ପୁଅକୁ କଣ ଉତର ଦେବି .. ସେ ଏବେବି ତାର ବାପାର ଫେରିବା ବାଟକୁ ଚାହିଁ ରହିଛି । ସୁଖଜିତ ପ୍ରଶ୍ନ କରିଛନ୍ତି କି. ଜମ୍ମୁକାଶ୍ମୀରରେ କେବଳ ଯବାନ ମାନେ ହିଁ କାହିଁକି ସହିଦ ହେଉଛନ୍ତି । କୌଣସି ଅଧିକାରୀ କିମ୍ବା ନେତାମନ୍ତ୍ରୀଗଣ କାହିଁକି ନୁହେଁ ? ମୋତେ ଏହାର ଉତର ଦରକାର ବୋଲି ଅଡି ବସିଛନ୍ତି ଆତଙ୍କୀ ହମଲାରେ ମୃତ୍ୟୁ ବରଣ କରିଥିବା ଜୈମଲ ସିଂହଙ୍କ ପତ୍ନୀ । ଯେଉଁ ସମୟରେ ସିଆରପିଏଫକୁ ନେଇ ଯାଉଥିବା ବସ ଉପରକୁ ଆତଙ୍କୀ ହମଲା ଖବର ଆସିଥିଲା ସେତେବେଳେ ସୁଖଜିତ କୌର ଜଲନ୍ଧର ସିଆରପିଏଫ କ୍ୱାର୍ଟରରେ ନିଜ ୬ ବର୍ଷର ପୁଅକୁ ପାଠପଢାଉ ଥିଲେ । ସ୍ୱାମୀଙ୍କ ସହିଦ ହେବା ଖବର ପାଇବା ପରେ ସେ ଅଚେତ ହୋଇପଡିଥିଲେ । କଣ କରିବେ କାହାକୁ କହିବେ କିଛି ବୁଝି ପାରିନଥିଲେ । ଏହାପରେ ଖବର ପାଇଁ ପରିବାର ଲୋକେ ଆସି ତାଙ୍କ ନିକଟରେ ପହଂଚିଥିଲେ ।

ଉଲ୍ଲେଖ ଥାଉ କି, ଉରୀ ଆତଙ୍କବାଦୀ ହମଲାର ୨ବର୍ଷ ପରେ କାଶ୍ମୀରରେ ବଡ ଧରଣର ଆତଙ୍କୀ ହମଲା ସାରାଦେଶକୁ ଦୋହଲାଇ ଦେଇଛି । ଜାମ୍ମୁରୁ ଶ୍ରୀନଗର ଯାଉଥିବା ସିଆରପିଏଫ ଦଳ ଉପରେ ଅଚାନକ ହମଲା କରିଥିଲେ ଆତଙ୍କବାଦୀ । ଏଥିରେ ୪୦ରୁ ଅଧିକ ଜଣ ଜବାନ ପ୍ରାଣ ହରାଇବା ସହ ୪୫ ଜଣ ଗୁରୁତର ଭାବେ ଆହତ ହୋଇ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୭୦ଟି ବସ ସିଆରପିଏଫ ଜବାନମାନଙ୍କୁ ନେଇ ଶ୍ରୀନଗର-ଜାମ୍ମୁ ହାଇୱେରେ ଯାଉଥିବା ବେଳେ ହଠାତ ଏକ ବିସ୍ଫୋରକ ଭରା କାର ସିଧା ଆସି ଦୁଇଟି ସିଆରପିଏଫ ବସକୁ ଧକ୍କା ଦେଇଥିଲା । ଏହାପରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସିଆରପିଏଫ ବସ ସମ୍ପୁର୍ଣ୍ଣ ଭାବରେ ଜଳିଯାଇଥିଲା ।