ମହଙ୍ଗା ପଡିଲା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିରୋଧୀ ମନ୍ତବ୍ୟ : ବିଏସପି ନେତା ଜୟପ୍ରକାଶଙ୍କୁ ଦଳରୁ ବିଦା କଲେ ବିଏସପି ସୁପ୍ରିମୋ ମାୟାବତୀ

32

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କୁ ବିଦେଶୀ ବୋଲି ମନ୍ତବ୍ୟ ଦେଇ ଦଳରୁ ବିଦା ହେଲେ ବିଏସପି ନେତା । ସୋନିଆ ଗାନ୍ଧୀଙ୍କ ପରି ରାହୁଲ ମଧ୍ୟ ବିଦେଶୀ ବୋଲି କହିଥିଲେ ଜୟପ୍ରକାଶ ସିଂ । ଏହାପରେ ବିଏସପି ସୁପ୍ରିମୋ ମାୟାବତୀ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଜାତୀୟ ସଂଯୋଜକ ବଦରୁ ହଟାଇଛନ୍ତି । ତିନିଟି ରାଜ୍ୟରେ ବିଏସପି, କଂଗ୍ରେସ ମେଂଟ ନେଇ ଚର୍ଚ୍ଚା ଚାଳିଥିବା ବେଳେ ଏପରି ମନ୍ତବ୍ୟରୁ ଏହା ପ୍ରଭାବିତ ହେବା ଆଶଙ୍କାରେ ମାୟାବତୀ ଡ୍ୟାମେଜ କଂଟ୍ରୋଲ କରିବାକୁ ଚେଷ୍ଟା କରିଛନ୍ତି ।

ମହଙ୍ଗା ପଡିଲା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିରୋଧୀ ମନ୍ତବ୍ୟ । ବିଏସପି ନେତା ଜୟପ୍ରକାଶଙ୍କୁ ଦଳରୁ ବିଦା କଲେ ବିଏସପି ସୁପ୍ରିମୋ ମାୟାବତୀ । ସୋନିଆ ଗାନ୍ଧିଙ୍କ ପରି ରାହୁଲ ଗାନ୍ଧୀ ମଧ୍ୟ ବିଦେଶୀ ବୋଲି ମନ୍ତବ୍ୟ ଦଇଥିଲେ ଜୟପ୍ରକାଶ । ଏହାପରେ ବିଏସପି ନେତା ଜୟପ୍ରକାଶଙ୍କୁ ଦଳର ସମସ୍ତ ପଦରୁ ହଟାଇ ଦେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଜୟପ୍ରକାଶ ବିଏସପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଦଳର ଜାତୀୟ ସଂଯୋଜକ ପଦରେ ଥିଲେ । କିନ୍ତୁ ରାହୁଲ ଓ ସୋନିଆଙ୍କ ବିରୋଧରେ ସେ ମନ୍ତବ୍ୟ ଦେଇଥିବାରୁ ଦଳ ପକ୍ଷରୁ ଏହି ପଦରୁ ତାଙ୍କୁ ବହିଷ୍କୃତ କରାଯାଇଛି । ବିଏସପି ବିଚାରଧାରା ବିରୋଧରେ ଜୟପ୍ରକାଶଙ୍କ ମନ୍ତବ୍ୟ ଏବଂ ଅନ୍ୟ ଦଳର ନେତୃତ୍ୱ ବିରୋଧରେ କହିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କର ଏଭଳି ମନ୍ତବ୍ୟକୁ ଦଳ ଗ୍ରହଣ କରିପାରିବ ନାହିଁ ବୋଲି ମାୟାବତୀ କହିଛନ୍ତି ।

ପ୍ରାୟ ଦୁଇ ମାସ ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏକାଠି ନଜର ଆସିଥିଲେ ସୋନିଆ ଗାନ୍ଧୀ ଓ ବିଏସପି ସୁପ୍ରିମୋ ମାୟାବତୀ । ବେଶ ଆଦରର ସହ ମାୟାବତୀ ଓ ସୋନିଆଙ୍କୁ ଆଲିଙ୍ଗନର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୁଇ ଭଉଣୀଙ୍କ ପରି ଉଭୟ ପରସ୍ପରକୁ ଆଦର କରୁଥିବା ସହ ହସି ହସି କଥା ହେଉଥିବା ଦେଖିବାକୁ ମିଳିଥିଲା । ଏପଟେ ବିଏସପିର ଜଣେ ବରିଷ୍ଠ ନେତା ରାହୁଲ ଗାନ୍ଧୀ ବିରୋଧୀ ମନ୍ତବ୍ୟ ଦେବା ପରେ ବିଜେପୀ ବିରୋଧୀ ମହାମେଂଟରେ ପ୍ରଧାନମନ୍ତ୍ରୀ ପଦ ଦାବିଦାରକୁ ନେଇ ତିକ୍ତତା ଥିବା ବାରି ହୋଇପଡୁଛି ।

ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମହାମେଂଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜୟପ୍ରକାଶଙ୍କ ଏହି ମନ୍ତବ୍ୟ ଆସିଛି । ଯାହାକୁ ନେଇ ମହାମେଂଟ ପ୍ରଭାବିତ ଆଶଙ୍କାରେ ମାୟାବତୀ ଜୟପ୍ରକାଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଡ୍ୟାମେଜ କଂଟ୍ରୋଲ କରିଛନ୍ତି ।