ହକ୍ ମାଗୁଛି ଚଷାଭାଇ ! ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ସଂଗ୍ରାମ

20

ଜଗତସିଂହପୁର : ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ । ଚାଷୀଙ୍କ ସୁରକ୍ଷା ଦାବିରେ ନବନିର୍ମାଣ କୃଷକ ସଂଗଠନର ରଣହୁଙ୍କାର । ଯାଜପୁର ପରେ ଜଗତସିଂହପୁରରେ ଜୟ କିଶାନ ସମାବେଶ । ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ, ଚାଷୀର ସମ୍ମାନ ଓ ଭତା ଦାବିରେ ସଂଗଠନ କରିଛି ମହାସଂଗ୍ରାମ । ଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ହଜାର ହଜାର ଚାଷୀ । ଚାଷୀ ମାତିଲେ ଚେତିବ ସରକାର । ଆଉ ଯେଉଁ ସରକାରର ଚେତା ନଫେରିବ ସେ କ୍ଷମତାରୁ ହଟିବ । ଚାଷୀ ସମାବେଶରେ ଏଭଳି ଆହ୍ୱାନ ଦେଇଛି ନବନିର୍ମାଣ କୃଷକ ସଂଗଠନ ।

ସାର କିଲୋକୁ ୭୦, ଚାଉଳ କିଲେ ୫ ଟଙ୍କା । ଚାଷୀ କେମିତି କରିବ ଫସଲ । ଧାନ ମଣ୍ଡିରେ ଦଲାଲର ନାଲିଆଖି ତ ଚିନି କଳରେ ଝୁଲୁଛି ତାଲା । ଏଭଳି ସ୍ଥିତିରେ ସରକାର କହୁଛନ୍ତି ଚାଷୀଙ୍କ ଆୟ ଦୁଇ ଗୁଣା ହୋଇଛି । ଆଉ ଚାଷୀ କହୁଛନ୍ତି ସରକାର ବନ୍ଦ କରନ୍ତୁ ଉପହାସ ।

ଆସନ୍ତା ଡିସେମ୍ବର ୧୫ରେ ସଂଗଠନ ଦେଇଛି ରାଜଧାନୀ ଚଲୋ ଡାକରା । ଭୁବନେଶ୍ୱରରେ ହେବ ବଡ ଧରଣର ସମାବେଶ । ସରକାରଙ୍କୁ ଘେରିବେ ଲକ୍ଷାଧିକ ଚାଷୀ ।