ଓଡିଆ ସିନେମାରେ ଶ୍ରୀ ଜଗନ୍ନାଥ !

84

ମହାବାହୁ ଜଗନ୍ନାଥଙ୍କ ଉପରେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହୋଇଛି। ହେଲେ ସେଥିମଧ୍ୟରୁ କେବଳ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଜୟ ଜଗନ୍ନାଥ’ ହେଉଛି ଏକମାତ୍ର ସିନେମା, ଯାହା ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମିତ ହୋଇଥିଲା। ଖାଲି ସେତିକି ନୁହେଁ ଏହା ୧୫ଟି ଭିନ୍ନ ଭିନ୍ନ ଭାଷାରେ ଡବ୍ ହୋଇ ମଧ୍ୟ ରିଲିଜ୍ ହୋଇଥିଲା।

‘ଜୟ ଜଗନ୍ନାଥ’ରେ ଜଗନ୍ନାଥଙ୍କ ଭୂମିକାରେ ଶ୍ରୀତମ ଦାସ, ବଳଭଦ୍ରଙ୍କ ଭୂମିକାରେ ପିଣ୍ଟୁ ନନ୍ଦ ଏବଂ ଲକ୍ଷ୍ମୀଙ୍କ ଭୂମିକାରେ ଅଭିନୟ କରିଥିଲେ ଜଣାଶୁଣା ନାୟିକା ଜ୍ୟୋତି ମିଶ୍ର। ଏଥିରେ ଅନ୍ୟାନ୍ୟ ଭୂମିକାରେ ନଜର ଆସିଥିଲେ ଦେବାଶିଷ ପାତ୍ର , ହର ପଟ୍ଟନାୟକ, ଶରତ ପୂଜାରୀ,ସାଧୁ ମେହେର ଏବଂ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଅଭିନୟ କରିଥିଲେ। ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି।

ଶ୍ରୀତମ ଦାସ ଏବଂ ଜ୍ୟୋତି ମିଶ୍ର ସ୍ୱୀକାର କରନ୍ତି ଯେ ‘ଜୟ ଜଗନ୍ନାଥ’ ହେଉଛି ତାଙ୍କ କ୍ୟାରିଅରର ସବୁଠାରୁ ଭଲ ସିନେମା। ତେବେ ୧୯୫୦ ମସିହାରେ ‘ଶ୍ରୀ ଜଗନ୍ନାଥ‘ ନାମରେ ଏକ ଓଡିଆ ସିନେମା ପରଦାକୁ ଆସିଥିଲା । ଯାହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ ଚିତରଞ୍ଜନ ମିତ୍ର ଏବଂ ପ୍ରଯୋଜନା ଭାର ଗ୍ରହଣ କରିଥିଲେ ରୂପା ଭାରତୀ । ବିଭିନ୍ନ ଭୂମିକାରେ ନଜର ଆସିଥିଲେ ଗୋପାଳ ଚନ୍ଦ୍ର ଘୋଷ୍, ଗ୍ଲୋରିଆ ମହାନ୍ତି,ଚପଳା ନାୟକ ଏବଂ ରାମ ଚନ୍ଦ୍ର ମାଣିଆ । ତେବେ ଏହି ଫିଲ୍ମର “ନୀଳ ସିନ୍ଧୁ ତିରେ ନୀଳାଚଳ” ସଂଗୀତଟି ଏବେ ମଧ୍ୟ ଶ୍ରୋତାଙ୍କ ମନରେ ଉଦଜିବିତ ହୋଇରହିଛି ।