ଜଗମୋହନ ମରାମତି ନେଇ ଗଜପତି ଓ ଏଏସଆଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା

13

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଜଗମୋହନ ମରାମତି ନେଇ ଗତପତିଙ୍କୁ ଭେଟିଛନ୍ତି ଏଏସଆଇ ଡାଇରେକ୍ଟର କନଜରଭେସନ ଓ ଡାଇରେକ୍ଟର ମନୋମଂଟ । ଏହା ସହ ଏଏସଆଇର ବରିଷ୍ଠ ଅଧିକାରୀ ମାନେ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କୁ ଭେଟିଛନ୍ତି । ସ୍ନାନ ପୂର୍ଣ୍ଣିମା ପୂର୍ବରୁ ବିଲ ଫିଲିଂ କାମ ଶେଷ କରିବା ନେଇ ଗଜପତିଙ୍କ ସହ ଆଲୋଚନା କରିଛନ୍ତି ଏଏସଆଇ ବରିଷ୍ଠ ଅଧିକାରୀ । ଆଜି ସଂନ୍ଧ୍ୟାରେ ଏହି ଟିମ ପୁରୀ ଯାଇ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ କୋର କମିଟି ସହ ଆଲୋଚନା କରିବେ ।

ଏହା ସହ ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କୁ ସ୍ପର୍ଶ କଟକଣା ବିବାଦ : ଆଜି ଦଇତାପତି ନିଯୋଗର ବୈଠକ