ଜଗମୋହନର ସ୍ଥାୟୀ ସୁରକ୍ଷା ଚିନ୍ତା ! ପୋଟାଲ ଷ୍ଟିଲ ବକ୍ସ ଫ୍ରେମ ଫେବ୍ରିକେସନ ସମୟରେ ଧୂଆଁ ବାହାରିବାର ଆଶଙ୍କା

43

କନକ ବ୍ୟୁରୋ : ଜଗମୋହନ ସ୍ଥାୟୀ ମରାମତିକୁ ନେଇ ଚିନ୍ତା ଲାଗି ରହିଛି । ଜଗମୋହନର ସୁରକ୍ଷା ପାଇଁ ପୋଟାଲ ଷ୍ଟିଲ ବକ୍ସ ଫ୍ରେମ ଲଗାଯିବା ନେଇ ସ୍ଥିର କରାଯାଇଛି । ତେବେ ଷ୍ଟିଲ ବକ୍ସ ଫ୍ରେମର ଫେବ୍ରିକେସନ ସମୟରେ ଧୂଆଁ ବାହାରିବାର ଆଶଙ୍କା କରାଯାଉଛି । ଯାହାକୁ ନେଇ ଚିନ୍ତାରେ ପଡିଛି ଶ୍ରୀମନ୍ଦିର ପ୍ରଶାସନ ।

ଧୂଆଁକୁ କିଭଳି ରୋକା ଯାଇପାରିବ ସେନେଇ ଅଜି ଶ୍ରୀମନ୍ଦିର ଜଗମୋହନର ସ୍ଥିତି ଅନୁଧ୍ୟାନ କରିବେ ୨ ବୈ÷ଜ୍ଞାନିକ । ଶ୍ରୀମନ୍ଦର ପ୍ରଶାସନର ଅନୁମୋଦନ କ୍ରମେ ସେଂଟ୍ରାଲ ଇନଷ୍ଟିଟ୍ୟୁଟ ଅଫ ମାଇନିଂ ଓ ଫୁଏଲ୍ ରିସର୍ଚର ଦୁଇ ଜଣ ବୈଜ୍ଞାନିକ ଗର୍ଭଗୃହ ଏବଂ ଜଗମୋହନର ବାୟୁ ସଂଚାଳନ ସ୍ଥିତି ବାବଦରେ ଆଲୋଚନା କରିବେ ।

ଏହାସହ ମରାମତି କାମ ସମୟରେ କିଭଳି ଅମ୍ଳଜାନ ଓ ଅଙ୍ଗାରକାମ୍ଳର ସଂଚାଳନ ଠିକ୍ ଭାବରେ ହୋଇପାରିବ ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ତେବେ ବୈଜ୍ଞାନିକଙ୍କ ପରାମର୍ଶ ଅନୁସାରେ ଜଗମୋହନ ମରାମତି କାମ କଲେ ଉପୁଜୁଥିବା ସମସ୍ୟା ସମାଧନ ହୋଇ ପାରିବ ବୋଲି କହିଛନ୍ତି ଧାନବାଦ ସ୍ଥିତ ରିସର୍ଚ ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ଡ. ଜେ.କେ ପାଣ୍ଡେ ।