ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣା! ୩୬ରେ ପହଚିଂଲା ମୃତ୍ୟୁ ସଂଖ୍ୟା 

29

କନକ ବ୍ୟୁରୋ : ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୬ରେ ପହଚିଂଛି । ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ୫୦ରୁ ଅଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଗ୍ୟାସ କଟର ଓ କ୍ରେନ ବ୍ୟବହାର କରାଯାଇଛି । ୨୨  ଆହତଙ୍କୁ ପାର୍ବତୀପୁରମ ଓ ୩୨ ଜଣଙ୍କୁ ରାୟଗଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରେନର ୯ଟି ବଗି ଲାଇନଚ୍ୟୁତ ହୋଇଛି । ଜଗଦଲପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ହୀରାଖଣ୍ଡ ଏକ୍ସପ୍ରେସ ଓଡିଶା ସୀମାନ୍ତ ଆନ୍ଧ୍ରର କୁନେରୁ ଷ୍ଟେସନ ପାଖରେ ବଡ ଦୁର୍ଘଟଣାର ଶିକାର ହୋଇଥିଲା ।