ଜଗତସିଂହପୁରର ଏସପିଙ୍କ ନାଁରେ ନିର୍ଯ୍ୟାତନା ଅଭିଯୋଗ ! ଏସପି ଜୟନାରାୟଣ ପଙ୍କଜଙ୍କ ନାଁରେ ପତ୍ନୀ ଆଣିଲେ ଯୌତୁକ ନିର୍ଯ୍ୟାତନା

15

କନକ ବ୍ୟୁରୋ: ଜଗତସିଂହପୁରର ଏସପିଙ୍କ ନାଁରେ ପତ୍ନୀ ନିର୍ଯ୍ୟାତନାର ଅଭିଯୋଗ ହୋଇଛି । ଏସପି ଜୟନାରାୟଣ ପଙ୍କଜଙ୍କ ନାଁରେ ପତ୍ନୀଙ୍କୁ ଯୌତୁକ ନିର୍ଯ୍ୟାତନା ସହ ଶାରିରୀକ ତଥା ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଗାଜିଆବାଦ କୋର୍ଟରେ ଲିଖିତ ଅଭିଯୋଗ ପରେ କୋର୍ଟ ଏକ ନୋଟିସ ଜାରି କରିଛନ୍ତି । ଅଗଷ୍ଟ ମାସର ପ୍ରଥମ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏପଟେ ଏନେଇ ଆଇ.ପି.ଏସ୍ ଅଫିସର ଜଣକ ମୁହଁ ଖୋଲି ନଥିବା ବେଳେ, ପୁଲିସ ଡିଜି ନିଜ ପ୍ରତିକ୍ରିୟା ରଖିଛନ୍ତି । ଏସମସ୍ତ ଅଭିଯୋଗ ପୁଲିସ ଓ ଡିଜିଙ୍କ ହସ୍ତଗତ ହୋଇନି ବୋଲି ସେ କହିଛନ୍ତି ।