ଜଗତସିଂପୁର : ତୁମ୍ବାର ଅଣ୍ଡେଇସାହି ପଂଚାୟତ ସରସ୍ୱତୀ ହାଟରେ ସରସ୍ୱତୀ ମେଲଣ

40

କନକ ବ୍ୟୁରୋ : ଜଗତସିଂପୁର ତୁମ୍ବାର ଅଣ୍ଡେଇସାହି ପଂଚାୟତ ସରସ୍ୱତୀ ହାଟରେ ଦେଖିବାକୁ ମିଳିଛି ନିଆରା ସରସ୍ୱତୀ ମେଲଣ । ଏହି ଉତ୍ସବରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ସରସ୍ୱତୀ ମେଢ ଆସି ଏକାଠି ହୋଇଥାନ୍ତି । ଏହାସହ ସ୍ଥାନୀୟ ଲୋକମାନେ ସାସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଥାନ୍ତି । ଏହି ଅଂଚଳରେ ଏହା ଏକ ବଡ଼ପର୍ବ ହୋଇଥିବା ବେଳେ ଏହାଦ୍ୱାରା ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହୋଇଥାଏ  ।

ଦୀର୍ଘ ୭୧ ବର୍ଷ ହେବ ଏହି ପୂଜା ପାଳିତ ହୋଇଆସୁଛି । ମେଲଣ ପଡ଼ିଆକୁ ୨୦ରୁ ଅଧିକ ମେଢ ସୁସଜ୍ଜିତ ହୋଇ ଆସିଥାଏ । ଅନ୍ୟପଟେ ମୀନାବଜାର ଓ ବିଭନ୍ନ ସାଂସ୍କୃିତକ କାର୍ଯ୍ୟକ୍ରମ ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ଏହି ଉତ୍ସବ ୪ଦିନଧରି ଚାଲୁଥିବା ବେଳେ ଲୋକମାନେ ଏହାର ବେଶ ମଜା ଉଠାଇଥାଆନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :