ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଅନ୍ତୁ ପୁରସ୍କାର ପାଆନ୍ତୁ ! ଜଗତସିଂହପୁର ପୁଲିସର ଉଚ୍ଚକୋଟିର ପଦକ୍ଷେପ . . ଯାହା ବଂଚାଇବ ଅନେକଙ୍କ ଜୀବନ

34

ମାନବିକତା ଦେଖାନ୍ତୁ । ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନା ପହଂଚାନ୍ତୁ । ଆଉ ଏହା ପରିବର୍ତ୍ତେ ପାଆନ୍ତୁ ପୁରସ୍କାର । ଏଭଳି ଏକ ଅଭିଯାନ ଆରମ୍ଭ କରିଛି ଜଗତସିଂହପୁର ପୁଲିସ୍ । ଏନେଇ ଏକ ପୋଷ୍ଟର୍ ମଧ୍ୟ ମାରିଛି ଜିଲ୍ଲା ପୁଲିସ୍ । ଯେଉଁ ବ୍ୟକ୍ତି ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରି ନିକଟସ୍ଥ ଡାକ୍ତରଖାନାକୁ ନେବ ତାଙ୍କୁ ୨୦୦୦ଟଙ୍କା ପୁରସ୍କାର ସହ ଏକ ପ୍ରଂଶସାପତ୍ର ପଦାନ କରିବ ଜଗତସିଂହପୁର ପୁଲିସ୍ । ନିକଟରେ କିଛି ବ୍ୟକ୍ତି ମଧ୍ୟ ଏହି ପୁରସ୍କାର ସହ ପାଇଛନ୍ତି ପ୍ରଂଶସା ପତ୍ର । ଜଗତସିଂହପୁର ପୁଲିସର ଏହି ପଦକ୍ଷେପ ଏବେ ସବୁ ମହଲରେ ପ୍ରଶଂସିତ ହୋଇଛି ।

ତେବେ ଏଭଳି ନିଆରା ଢଙ୍ଗରେ ସଚେତନତା ସୃଷ୍ଟି କରିବା ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ମଧ୍ୟ କେନ୍ଦୁଝର ପୁଲିସ୍ ଟୁଇଟ୍ କରି ହେଲମେଟ୍ ବ୍ୟବହାର ବିଷୟରେ ସଚେତନ କରିଥିଲେ । ଯେଉଁଥିରେ ବାହୁବଳୀଙ୍କୁ ଆଇକନ୍ ଭାବରେ ବ୍ୟବହାର କରାଯାଇଥିଲା । ଟ୍ୱିଟରେ କୁହାଯାଇଥିଲା ରିଲ୍ ଲାଇଫରେ ସୁପର ହିରୋ ହେଲମେଟ୍ ବ୍ୟବହାର କରୁଥିଲେ, ତେଣୁ ରିୟଲ୍ ଲାଇଫରେ ଆମେ ଗାଡି ଚଲାଇଲା ବେଳେ ହେଲମେଟ୍ ବ୍ୟବହାର କରିବା ଆବଶ୍ୟକ ।