ଲକଡାଉନ ସତ୍ୱେ ସଚେତନ ହେଉନାହାଁନ୍ତି ଲୋକେ : ଜଗତସିଂହପୁର ସୋମନାଥ ହାଟରେ ପ୍ରବଳ ଭିଡ, ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ୍

877

କନକ ବ୍ୟୁରୋ : ଲକଡାଉନ କଟକଣା ସତ୍ୱେ ସଚେତନ ହେଉନାହାନ୍ତି ଲୋକେ । ଆଜି ସକାଳୁ ସ୍ଥାନୀୟ ଜଗତସିଂହପୁର ସୋମନାଥ ହାଟରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି । ଏଠି ସାମାଜିକ ଦୂରତା ନିୟମକୁ କେହି ମାନୁନଥିବା ଦେଖିବାକୁ ମିଳିଛି । ଲୋକେ ନିୟମକୁ ନ ମାନି ବଜାରରେ ଦେଖିବାକୁ ମିଳିଥିଲା । ପ୍ରଶାସନର ଅଧିକାରୀଙ୍କୁ ବି ଏଠାରେ ଦେଖିବାକୁ ମିଳିନଥିଲା ।

ତେବେ କନକନ୍ୟୁଜରେ ଏ ନେଇ ଖବର ପ୍ରସାରଣ ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସୋମନାଥ ହାଟରେ ପଂହଚିଥିଲେ । ଲୋକଙ୍କୁ ସାମାଜିକ ଦୂରତା ରକ୍ଷା ପାଇଁ ବି ସଚେତନ କରାଯାଇଥିଲା । ଜଗତସିଂହପୁରର ପ୍ରମୁଖ ହାଟ ହେଉଛି ସୋମନାଥ ହାଟ । ଜଗତସିଂହପୁର ସହର ଉପକଣ୍ଠରେ ଏହି ହାଟ ଅଛି । ଚାହିଦାକୁ ନଜରରେ ରଖି ସପ୍ତାହକୁ ୨ ଥର ଏହି ହାଟ ବସିଥାଏ । ଆଉ ହାଟରେ ପ୍ରବଳ ଭିଡ଼ ଜମୁଛି । ବର୍ତ୍ତମାନ ସମସୟରେ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର କଡ଼ା ତାଗିଦା ସତ୍ୱେ ଚେତୁନାହାନ୍ତି ଲୋକେ ।