ଜଗତସିଂହପୁର ବିରିଡିରେ ତାତିଲେ ଲୋକ । ବାତ୍ୟାର ଆଂଶିକ ପ୍ରଭାବ ପଡିଥିବା ରିପୋର୍ଟ ଦେଇଥିଲା ଜିଲ୍ଲା ପ୍ରଶାସନ, ପ୍ରତିବାଦରେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଚଲାଇ ଚଲାଇ ନେଲେ ଲୋକେ

ଫୋନି ପରବର୍ତୀ ସ୍ଥିତିରେ ଲୋକେ ପାଣି ଓ ବିଦ୍ୟୁତ ପାଇଁ ସଂଘର୍ଷ କରୁଛନ୍ତି

179

କନକ ବ୍ୟୁରୋ : ଫୋନି ପରବର୍ତୀ ସ୍ଥିତିରେ ଲୋକେ ପାଣି ଓ ବିଦ୍ୟୁତ ପାଇଁ ସଂଘର୍ଷ କରୁଛନ୍ତି । ଆଉ ଏହି ସମୟରେ ଜଗତସିଂହପୁର ବିରିଡରେ ଲୋକେ ତାତିଛନ୍ତି । ବିରିଡି ବ୍ଲକ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ବି ଏଠାରେ ଆଂଶିକ କ୍ଷତି ହୋଇଛି ବୋଲି ଜଗତସିଂହପୁର ଜିଲ୍ଲାପାଳ କହିବା ପରେ ଲୋକେ ରାସ୍ତା ଅବରୋଧ କରିଥିଲେ । ପରେ ଉପସ୍ଥିତ ଲୋକେ ଉପଜିଲ୍ଲାପାଳ , ବିଡିଓ ଓ ତହସିଲଦାରଙ୍କୁ ଚଲାଇ ଚଲାଇ କ୍ଷତି କଣ ହୋଇଛି ତାହା ଦେଖାଇଥିଲେ । ତେବେ ବାତ୍ୟାରେ ଜଗତସିଂହପୁର ଜିଲ୍ଲାରେ ଅନେକ କ୍ଷତି ହୋଇଥିବା ସ୍ଥାନୀୟ ଲୋକ କହୁଥିବା ବେଳେ ପ୍ରଶାସନ ଏହାକୁ ସଠିକ ଭାବରେ ଉପସ୍ଥାପିତ କରିନଥିଲା ।

ମିଳିଥିବା ସୂଚନା ଅନୁସାରେ, ବାତ୍ୟା ଫୋନିରେ ଜଗତସିଂହପୁରରେ ଅନେକ କ୍ଷତି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ତେବେ ବାତ୍ୟା ପରେ ମଧ୍ୟ ଜିଲ୍ଲାରେ ଅନେକ ଗଛପତ୍ର ଭାଙ୍ଗିବା ସହ ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ପଡିଯାଇଥିଲା । ଏପରିକି ଜିଲ୍ଲାର ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହଥିଲା । କିନ୍ତୁ ଏହାକୁ ପ୍ରଶାସନ ନମାନିବାରୁ ତାତିଥିଲେ ଲୋକ । ଏପରିକି ଉପ-ଜିଲ୍ଲାପାଳ ଓ ତହସିଲଦାରଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଇ ପ୍ରକୃତରେ କଣ କ୍ଷତି ହୋଇଛି ତାହା ଜଣାଇଥିଲେ । ଏହି ଖବରକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।