ବିଫଳ ପ୍ରେମିକର ଉନ୍ମତକାଣ୍ଡ ! ପ୍ରେମ ନିବେଦନରେ ଅରାଜି ହେବାରୁ ଘରେ ପଶି ଯୁବତୀଙ୍କ କାଟିଲେ ତଂଟି

25

କନକ ବ୍ୟୁରୋ : ବିଫଳ ପ୍ରେମିକର ଉନ୍ମତକାଣ୍ଡ । ପ୍ରେମ ନିବେଦନ କରି ବିଫଳ ହେବା ପରେ ଉତକ୍ଷିପ୍ତ ପ୍ରେମିକ, ଯୁବତୀଙ୍କ ଘରେ ପଶି ବ୍ଲେଡରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ପୀଡିତା ନାବାଳିକାକୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏନେଇ ରଘୁନାଥ ପୁର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।