ଜଗତସିଂହପୁର : ଜଣ୍ଡିସ ପରୀକ୍ଷା ପାଇଁ ଡାକ୍ତରଙ୍କ ଦରବାରରେ ନବଜାତକ

44

କନକ ବ୍ୟୁରୋ : ଡାକ୍ତରଙ୍କ ଦରବାରରେ ନବଜାତକ । ଡାକ୍ତରଙ୍କୁ ଦେଖାକରିବା ପାଇଁ ଲାଇନ ଲଗାଇଛନ୍ତି ନବଜାତକ ଶିଶୁ । ଜଣ୍ଡିସ ପରୀକ୍ଷା ପାଇଁ ନବଜାତକଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇଛି । ମା ମାନେ ଶିଶୁମାନଙ୍କୁ ଧରି ଡାକ୍ତରଙ୍କ ପାଇଁ ଘଂଟା ଘଂଟା ଅପେକ୍ଷା କରିବା ପରେ ଆରମ୍ଭ ହୋଇଥିଲା ଜଣ୍ଡିସ ପରୀକ୍ଷା । ମାତ୍ର କେଇ ସେକେଣ୍ଡ ଭିତରେ ପରୀକ୍ଷା ସରିଯାଉଥିଲା । ଏଭଳି ପରିସ୍ଥିତିରେ ସାଧାରଣତଃ ନବଜାତକମାନଙ୍କୁ ପରୀକ୍ଷା କରିବାକୁ ଡାକ୍ତର ଆସନ୍ତି । କିନ୍ତୁ ଏଠାରେ ଡାକ୍ତରଙ୍କୁ ଦେଖା କରିବାକୁ ଧାଡିବାନ୍ଧି ଅପେକ୍ଷା କରିଛନ୍ତି ପିତାମାତାଙ୍କ ସହ ନବଜାତକ ।

ଜଣ୍ଡିସ ପରୀକ୍ଷା ଡାକ୍ତରଙ୍କ କ୍ୟାବିନ ଭିତରେ ବି ହୋଇପାରୁନାହିଁ । କାରଣ ୱାର୍ଡରେ ଭଲ ଆଲୋକ ବ୍ୟବସ୍ଥା ନାହିଁ । ତେଣୁ ନବଜାତକଙ୍କୁ ଧରି କ୍ୟାବିନ ବାହାରେ ମାମାନଙ୍କୁ ଅପେକ୍ଷା କରିବାକୁ ପଡିଲା । ନବଜାତକଙ୍କୁ ଜଣ୍ଡିସ ବେଳେବେଳେ ବିପଦ ନେଇଆସିଥାଏ । ତେଣୁ ସେମାନଙ୍କ ଜଣ୍ଡିସ ପରୀକ୍ଷା ନିହାତି ଆବଶ୍ୟକ । କିନ୍ତୁ ଓଡିଶାର ଗାଁ ଗହଳିରେ ଡାକ୍ତରଙ୍କ ଅଭାବ ହେଉ ବା କିମ୍ବା ଡାକ୍ତରଖାନାର ଭିତିଭୂମି ହେଉ, ଏହି ପରୀକ୍ଷା ଅନେକ ସମୟରେ ଠିକ ଭାବେ କରାଯାଇପାରେ ନାହିଁ ।