ଜଗତସିଂହପୁରରେ ଲଜ୍ଜା ! ୬ ବର୍ଷର ଶିଶୁକନ୍ୟାକୁ ଗଣଦୁଷ୍କର୍ମ ଅଭିଯୋଗ, ତଦନ୍ତ ଜାରି

26

କନକ ବ୍ୟୁରୋ : ପୁଣି ଲଜ୍ଜା । ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଜଗତସିଂହପୁର ଜିଲ୍ଲାରୁ ଆସିଛି ଏପରି ଲଜ୍ଜାଜନକ ଖବର । କଂଟାବଲ୍ଲଭପୁରରେ ଜଣେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ୨ ଜଣ ନାବାଳକ ଶିଶୁକନ୍ୟାଟିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଦୁଇ ନାବାଳକଙ୍କୁ ଥାନାରେ ଅଟକ ରଖାଯାଇଛି । ଅଭିଯୁକ୍ତ ନାବାଳକଙ୍କ ମଧ୍ୟରୁ ଜଣଙ୍କର ବୟସ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୧୪ ବର୍ଷ ବୋଲି ଜଣାପଡିଛି । ଘଟଣାରେ ଛାନଭିନ୍ ଜାରି ରଖିଛି ପୋଲିସ ।